ଲକଡାଉନ କଟକଣା ଯୋଗୁଁ ସହରରୁ ୩କିଲୋମିଟର ଦୂରକୁ ଯାଇ ଆମ୍ବ ବିକୁଛନ୍ତି ମହିଳା

Advertisment
ଲକଡାଉନ କଟକଣା ଯୋଗୁଁ ସହରରୁ ୩କିଲୋମିଟର ଦୂରକୁ ଯାଇ ଆମ୍ବ ବିକୁଛନ୍ତି ମହିଳା

ଜୟପୁର: କରୋନା ସଂକ୍ରମଣର ୨ପର୍ଯ୍ୟାୟ ଧନୀ ଠାରୁ ଗରିବ ସବୁ ପ୍ରଭାବିତ। ତେବେ ଋତୁକାଳୀନ ବେପାର କରି ବଂଚୁଥିବା ମହିଳାମାନଙ୍କ ଉପରେ ଏହାର ପ୍ରଭାବ ଅଧିକା ପଡ଼ିଛି। ଏହା ସାଙ୍ଗକୁ ବହୁ ଲୋକେ ନିଜ ମୂଳବୃତ୍ତି ଛାଡି ବଂଚିବା ପାଇଁ ଋତୁକାଳୀନ ବେପାର ବି କରିବା ଆରମ୍ଭ କରିଛନ୍ତି।

ତେବେ ଲକଡାଉନ୍ କଟକଣା ଯୋଗୁଁ ବୋରିଗୁମ୍ମା –ନବରଙ୍ଗପୁର, ବୋରିଗୁମ୍ମା- ଜୟପୁର ରାସ୍ତା ଉପରେ ବସି ଜୟପୁର ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ଗାଁର ଆମ୍ବବିକ୍ରୀ କରୁଥିବା ମହିଳାମାନେ ଏବେ ବଂଚିବା ପାଇଁ ସଂଘର୍ଷ ଆରମ୍ଭ କରିଛନ୍ତି। ପୂର୍ବଭଳି ବେପାର ନାହିଁ। ତା ସାଙ୍ଗକୁ ସହରରେ ଲକଡାଉନ କଟକଣା ଯୋଗୁଁ ସକାଳ ୭ରୁ ୧୧ଟା ମଧ୍ୟରେ ଦୋକାନ ଖୋଲିବା ସମୟ ରହିଥିବାରୁ ଏମାନେ ସହର ଛାଡି ୩କିଲୋମିଟର ଦୁର ଖୁଡିଗୁଡା ଗାଁକୁ ଆସି ଜାତୀୟ ରାଜପଥ ୨୬ର ପାର୍ଶ୍ବରେ ବସି ବେପାର ଆରମ୍ଭ କରିଛନ୍ତି।

ଗତ ଦେଢ଼ ବର୍ଷ ହେବ ଆମ ଜୀବନଜୀବିକା ଉପରେ ପ୍ରଭାବ ପଡ଼ିଛି। ବର୍ଷକୁ ଥରେ ଆମ୍ବ ବିକ୍ରି କରି ଦୁଇ ପଇସା ଅଧିକା ଲାଭ ପାଉଥିଲୁ। ସହର ମଧ୍ୟରେ ବେପାର ବି ବେଶି ହେଉଥିଲା। ତେବେ କରୋନା ସଂକ୍ରମଣ ଭୟରେ ଲକଡାଉନ ଯୋଗୁଁ ସମୟକୁ ବି ସରକାର କମାଇ ଦେଲେ। ଆମେ ବଂଚିବୁ କେମିତି। ବାଧ୍ୟ ହୋଇ ସହର ଛାଡ଼ିବାକୁ ପଡ଼ିଲା। ସହର ଠାରୁ ୩କିଲୋ ମିଟର ଦୂରରେ ଆସି ଆମ୍ବ ବିକ୍ରି କରୁଛୁ ବୋଲି କହିଛନ୍ତି ଡାଳିମ୍ବ ହରିଜନ, ସୁନାମଣି ନାୟକ, ନବୀନା ।

ବଂଚିବା ପାଇଁ ଋତୁକାଳୀନ ବେପାର ଆରମ୍ଭ କରିଥିଲି ତାହା ବି ସହରରେ ଠିକରେ ନ ହେବାରୁ ୩କିଲୋ ମିଟର ଦୂରକୁ ଆସିଛି। ତଥାଫି ଆମ୍ବ ବିକ୍ରି ହେଉନି ବୋଲି କହିଛନ୍ତି ମଧୁ ନାୟକ। ଦିନ ତମାମ ବସି ରହିଲେ ହେଁ ସବୁ ଆମ୍ବ ବିକ୍ରି ହେଉନି ବୋଲି ଏହି ମହିଳାମାନେ କହିଛନ୍ତି।

ଏହି ଋତୁରେ ଯେଉଁ ଆଶା ଏମାନଙ୍କର ରହିଥିଲା ତାହା ପୁରଣ ହୋଇ ପାରୁ ନଥିବା ବେଳେ ପରିବାରର ପ୍ରତିପୋଷଣ ପାଇଁ ହିଁ ବେପାର କରିବା କଥା ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe