ଗଛରେ ରାଖୀ ବାନ୍ଧିଲେ, ପରିବେଶ ସୁରକ୍ଷା ପାଇଁ ନେଲେ ଶପଥ

Advertisment
ଗଛରେ ରାଖୀ ବାନ୍ଧିଲେ, ପରିବେଶ ସୁରକ୍ଷା ପାଇଁ ନେଲେ ଶପଥ

ଜୟପୁର: ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା, ବିଗଡ଼ିଯାଇଥିବା ସନ୍ତୁଳନକୁ ବଂଚାଇବା ପାଇଁ ବ୍ୟାପକ ପରିମାଣର ବୃକ୍ଷ ରୋପଣ କରିବାକୁ ପଡ଼ିବ। ଏହା ସହ ବିନା କାରଣରେ ଗଛ କାଟିବାକୁ ରୋକିବାକୁ ପଡ଼ିବ। ବୃକ୍ଷକୁ ସୁରକ୍ଷା ଦେଲେ ପ୍ରକୃତି ବଂଚିବ। ସୁସ୍ଥ ଓ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହେବା ସହ ମଣିଷ ମାନେ ଆରମରେ ଅମ୍ଲଜାନ ପାଇବେ। ବିଗଡ଼ିଯାଇଥିବା ଓଜନ ସ୍ତର ମଧ୍ୟ ବୃଦ୍ଧି ପାଇବ।

ସଂପ୍ରତି କରୋନା ସମୟରେ ଗଛରୁ ମାଗଣା ମିଳୁଥିବା ଅମ୍ଳଜାନ ବି ବହୁତ୍‌ ମହଙ୍ଗା ପଡ଼ିଯାଇଥିଲା। ଠିକ୍‌ ସମୟରେ ଅମ୍ଳଜାନ ନ ମିଳିବାରୁ ବହୁ ମୂଲ୍ୟବାନ ଜୀବନ ମଧ୍ୟ ଚାଲି ଯାଇଥିଲା। ଅମ୍ଲଜାନ ନଥିଲେ ଲୋକେ ମରିଯିବେ, ଏହାର ପ୍ରମାଣ ବି ମିଳି ସାରିଛି। ତେଣୁ ପବିତ୍ର ଗହ୍ମାପୁର୍ଣ୍ଣିମା ତଥା ରକ୍ଷାବନ୍ଧନ ଭଳି ପବିତ୍ର ଦିନରେ ଗଛରେ ରାଖୀ ବାନ୍ଧି ତାକୁ ସୁରକ୍ଷା ଦେବାର ଶପଥ ନେଇଛନ୍ତି ମହିଳା ମାନେ।

ଏଭଳି ନିଆରା ଦୃଶ୍ୟ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜୟନଗରରେ ଥିବା ଶିଶୁ ଉଦ୍ୟାନ ପରିସରରେ ଦେଖିବାକୁ ମିଳିଛି। ‘ସିୱା’ ଅନୁଷ୍ଠାନର ମହିଳା ୱିଙ୍ଗର ସଭାପତି ଦିବ୍ୟା ମୋହନ, ସଂପାଦିକା ସୁମନ ମୁନ୍ଦ୍ରା, ସଭ୍ୟା ବାଣୀ ପଟ୍ଟନାୟକ, ଲିପିକା ପାତ୍ର, ମମତା ପାତ୍ର, ଶିବାସ୍ମିତା ସାହୁ, ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ, ସ୍ୱାତୀ ଚୌଧୁରୀ, ବିଜୟଲକ୍ଷ୍ମୀ ସାହୁ, ଲକ୍ଷ୍ମୀ ଶ୍ରିନୀବାସ ପ୍ରମୁଖ ଭାଗ ନେଇ ଶିଶୁ ଉଦ୍ୟାନରେ ଥିବା ଗଛ ଗୁଡିକରେ ରାଖୀ ବାନ୍ଧି ଏହାର ସୁରକ୍ଷା ପାଇଁ ଶପଥ ନେଇଛନ୍ତି।

ଏହା ସହ ବୃକ୍ଷ କାଟିବା ବନ୍ଦ କରାଇବାକୁ ନେଇ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ବି କରାଯିବ ବୋଲି ମହିଳାମାନେ କହିଛନ୍ତି। ଗଛ ଗୁଡ଼ିକୁ ନିଜର ଭାଇ ଭଳି ସୁରକ୍ଷା ଦେବେ ବୋଲି କହିଛନ୍ତି। ଗତ କିଛି ଦିନ ହେବ ଏହି ମହିଳା ଦଳ ସହରର ଆଖ ପାଖ ଅଂଚଳରେ ଏଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମଣ ଜାରି ରଖିଛନ୍ତି। ତେବେ ପ୍ରଥମ କରି ଏଭଳି ନିଆରା ପରମ୍ପରା ଏମାନେ ଆରମ୍ଭ କରିଛନ୍ତି। ଅନ୍ୟ ମହିଳା ମାନେ ମଧ୍ୟ ଏହାକୁ ଅନୁକରଣ କରି ବ୍ୟାପକ ବୃକ୍ଷ କଟାକୁ ବନ୍ଦ କରି ସୁରକ୍ଷା ଦେବା ପାଇଁ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe