ଚରିତ୍ରକୁ ସନ୍ଦେହ କରି ରାସ୍ତା ମଝିରେ ମହିଳାଙ୍କୁ ମାଡ ମାରିଲେ, କେଶ କାଟିଲେ, ବିବସ୍ତ୍ର କରି ବୁଲାଇଲେ

Advertisment
ଚରିତ୍ରକୁ ସନ୍ଦେହ କରି ରାସ୍ତା ମଝିରେ ମହିଳାଙ୍କୁ ମାଡ ମାରିଲେ, କେଶ କାଟିଲେ, ବିବସ୍ତ୍ର କରି ବୁଲାଇଲେ

ସାଂକେତିକ ଫଟୋ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଜଣେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ କରି ରାସ୍ତା ମଝିରେ ସାହି ପଡ଼ିଶା ତାଙ୍କ ଇଜ୍ଜତ ନିଲାମ କରିଦେଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏ ନେଇ ମହିଳା ଜଣଙ୍କ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

publive-image

ଲୋଇସିଂହା ଥାନା କରକଚିଆ ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି। ଗାଁର ଜଣେ ମହିଳାଙ୍କ ଚରିତ୍ରକୁ ନେଇ କିଛି ଲୋକ ସନ୍ଦେହ କରିଥିଲେ। ଏହାପରେ ୪ଜଣ ବ୍ୟକ୍ତି ମହିଳାଙ୍କୁ ଗାଳିଗୁଲଜ କରିଥିଲେ, ଏହାକୁ ନେଇ ଗ୍ରାମରେ ସଭା ବସିଥିଲା। ସଭାରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିବା ପରେ ଘଟଣାର ସମାଧାନ ହୋଇଯାଇଥିଲା। କିନ୍ତୁ ଅଭିଯୁକ୍ତକଙ୍କ ମନରେ ଥିଲା ଆଉ କିଛି। କିଛି ମହିଳା ଓ ପୁରୁଷ ଏକତ୍ର ହୋଇ  ମହିଳାଙ୍କୁ ଘରୁ ଘୋଷାଡି ଆଣି ଚୁଟି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ଏହାପରେ ତାଙ୍କୁ ଉଲଗ୍ନ କରି ମଧ୍ୟ ରାସ୍ତାରେ ବୁଲାଥିଲେ। ଏହି ଲଜ୍ଜାଜନକ ଘଟଣା ଘଟୁଥିବା ବେଳେ ଗାଁ ଲେକେ ନିରବଦ୍ରଷ୍ଟା ସାଜିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe