ମହାନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲା ଓଡ୍ରାଫ ଦଳ

Advertisment
ମହାନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲା ଓଡ୍ରାଫ ଦଳ

କଟକ: ମହାନଦୀଙ୍କୁ ଡେଇଁଲେ ମହିଳା । ଗୁରୁବାର କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ନଦୀ ଭିତରୁ ମହିଳାଙ୍କୁ ଓଡ୍ରାଫ୍ ଦଳ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆଜି ହଠାତ୍ ଜଣେ ମହିଳା ଯୋବ୍ରା ବ୍ରିଜ୍ ନିକଟରେ ମହାନଦୀକୁ ଡେଇଁ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଓଡ୍ରାଫ୍ ଦଳ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ପହଞ୍ଚାଇଥିଲା । ତେବେ ସେ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ଏବଂ ସେ କିଏ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe