ସମ୍ବାଦ ସାହିତ୍ୟ ଘର ତରଫରୁ ମହିଳା ଦିବସ ପାଳିତ

Advertisment
ସମ୍ବାଦ ସାହିତ୍ୟ ଘର ତରଫରୁ ମହିଳା ଦିବସ ପାଳିତ

Sambad

ମାଲକାନଗିରି: ମାଲକାନଗିରିସ୍ଥିତ ସରକାରୀ ବାଳିକା ମୋଡେଲ ସ୍କୁଲରେ ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଡଃ. ରଂଜନ କୁମାର ସ୍ବାଇଁ ସଭାପତିତ୍ବ କରିଥିବା ବେଳେ ସଂପାଦକ ସୁକାନ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମଧ୍ୟରୁ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିରାଣି ବିଶ୍ବାସ, ଆଇଆଇଟି ଅଧ୍ୟକ୍ଷ ସମୀର ରଂଜନ ବେହେରା, ସଂଯୋଜକ ପ୍ରେମେନ୍ଦ୍ର ପରିଛା ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ ସାହିତ୍ୟ ଘର ଜିଲ୍ଲାର ସମସ୍ତ ବ୍ଲକରେ ଏହି ଦିବସକୁ ପାଳନ କରୁଥିବା କୁହଯାଇଥିଲା। ମହିଳାଙ୍କ ପ୍ରତି ରହିଥିବା ସମ୍ମାନକୁ ‘ସମ୍ବାଦ’ ସବୁବେଳେ ଆଗଧାଡିରେ ରଖିଆସିଛି। ମହିଳା ମାନେ ଯେପରୁ ପୁରୁଷ ପ୍ରାଧାନ୍ୟ ଯୁଗରେ ସମକକ୍ଷ ହେବେ ସନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ମହିଳା ଆଉ ପଛରେ ନାହାନ୍ତି ବୋଲି କୁହାଯାଇଥିଲା। ପୁରୁଷଙ୍କ ସହ ସମକକ୍ଷ ହୋଇ ଆଜି ମହିଳା ଚାଲୁଛନ୍ତି।

ପ୍ରତ୍ୟେକ ବିଭାଗରେ ମହିଳାଙ୍କ ସଫଳତାର କାହାଣୀ ରହିଛି। ମାଲକାନଗିରି ଜିଲ୍ଲା ଅନନୁତ ଜିଲ୍ଲା ହେଲେ ମଧ୍ୟ ଏହି ଜିଲ୍ଲାର ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାରିପାରିଛନ୍ତି। ଉଡାଜାହାଜ ଚଲାଇବା ଠାରୁ ଆରମ୍ଭ କରି ରାଜନୀତିରେ ମଧ୍ୟ ଏହି ଜିଲ୍ଲାର ମହିଳା ମାନେ ପାଦଥାପି ସାରିଲେଣି। ଆଜି ମହିଳା ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ କରି ଉତ୍ତମ ମହିଳାଙ୍କୁ ପ୍ରସ୍ତୁତ କରି ପାରୁଛନ୍ତି।ମହିଳାଙ୍କୁ ଅସମ୍ମାନ ଦେଶକୁ ଅସମ୍ମାନ ବୋଲି କୁହାଯାଇଛି। ତେଣୁ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ, ଦୁଷ୍କର୍ମକୁ ବରଦାସ୍ତ କରାଯିବ ନାହିଁ। ମହିଳା ଏବେ ସବଳା ହୋଇସାରିଲେଣି। ତାଙ୍କୁ ସମ୍ମାନ ଦେଖାଇବା ଆମର କର୍ତ୍ତବ୍ୟ ହେଉ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାମଦକାନ୍ତ ନାୟକ, ଅଲେଖ କୁମାର ପାତ୍ର, ଉଷାରାଣ ରାୟ, ରୀତାଞ୍ଜଳି ସାମଲ, ଅନିତା ସାହୁ, ରୋଜାଲିନି ମିଶ୍ର, ନିବେଦିତା ନାୟକ, ସ୍ମିତା ସୁକୁଲ, ସୁହାନି ସୁପ୍ରିୟା ବାଗ, ଶତ୍ରୁଘ୍ନ ପୃଷ୍ଟି, ଇସାନୀ ଶତପଥୀ, ସାଗର ଦାସ, କ୍ଷିରୋଦ କୁମାର ସେଠୀ, ରିତେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe