ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ଓ ସାମଗ୍ରୀ ଜବତ

ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ଓ ସାମଗ୍ରୀ ଜବତ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସିଲେଟପାଣି ଗ୍ରାମ ନିକଟ ରାସ୍ତା କଡ଼ରେ ଥିବା ଏକ ବେଆଇନ୍‌ କରତକଳ ଉପରେ ବନବିଭାଗ ଚଢ଼ଉ କରି ଲକ୍ଷ ଟଙ୍କାର ଶାଗୁଆନ୍‌ କାଠ ଜବତ ସହ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଛି। ଏସିଏଫ୍‌ ସଂଜୀବ ବନଗୋଳାଙ୍କଠାରୁ ମିଳିଥିବା ସୂଚନାନୁସାରେ ସୁନାବେଡ଼ା ଅଭୟାରଣ୍ୟରୁ ବେଆଇନ୍‌ ଭାବେ ଗଛକାଟି ଏହି କରତକଳକୁ ବନବିଭାଗ ଖବର ପାଇଥିଲା।

ଖବର ପାଇ ଏସିଏଫ୍‌ ଶ୍ରୀ ବନଗୋଳାଙ୍କ ନେତୃତତ୍ବରେ ଏକ ଟିମ୍‌ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କରତକଳରେ ଥିବା ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ସହ ବିଭିନ୍ନ ପ୍ରକାର ସାମଗ୍ରୀ ବନବିଭାଗ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe