ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ଅନୁକୂଳ 

ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ଅନୁକୂଳ 

Sambad

କୋରାପୁଟ: ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଶାବର ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥର କାଠକୁ ପୂଜାର୍ଚ୍ଚନା କରାଯାଇଛି। ୨୦୧୯ରେ ଶାବର ଶ୍ରୀକ୍ଷେତ୍ରରେ ତିନୋଟି ରଥକୁ ନେଇ ଘୋଷଯାତ୍ରା ଆୟୋଜିତ ହେଉଥିବା ବେଳେ ଗତ ଦୁଇବର୍ଷ କୋଭିଡ଼ କଟକଣା ଯୋଗୁଁ ମନ୍ଦିର ପରିସର ମଧ୍ୟରେ ତିନିଠାକୁରଙ୍କୁ ଗୋଟିଏ ରଥରେ ବସାଇ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ତେବେ ଚଳିତବର୍ଷ କୋରାପୁଟ ବଡଦାଣ୍ଡ ରେ ଘୋଷଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ଉଜ୍ଜ୍ୱଳ ଥିବା ଯୋଗୁଁ ଆଜି ପରମ୍ପରା ଅନୁସାରେ ରଥର ସିଂହାସନରେ ଲାଗୁଥିବା କାଠକୁ ପୂଜା କରାଯାଇଛି।

ଆଗାମୀ ଦିନ ଆରମ୍ଭ ହେବାକୁ ଥିବା ରଥ ନିର୍ମାଣରେ ଏହି କାଠକୁ ବ୍ୟବହାର କରାଯିବ। ଆଜି ରତ୍ନ ସିଂହସାନରେ ବିଜେ ଯଜ୍ଞ ନରସିଂହ ଏକ ବିମାନରେ ଆସି ଯଜ୍ଞ ଶାଳାରେ ପହଞ୍ଚିଥିଲେ। ପରେ ହୋମ ଓ ପୂଜା କାରାଯାଇଥିଲା। ରଥ ନିମାର୍ଣ କରୁଥିବା ବିଶ୍ୱକର୍ମା ମହାରଣା ଦ୍ୱାରା ଏକ ନୂତନ କାଠ ପଟା ରେ ଏକ ଅଷ୍ଟଦଳପଦ୍ମ ଖୋଦେଇ କରାଯାଇଥିଲା ଯାହାକି ରଥ ନିର୍ମାଣ ବେଳେ ନଡିଘୋଷ ରଥର ସିଂହାସନରେ ଲଗାଯିବ ପରମ୍ପରା ଅନୁସାରେ। ଏହା ଦେଖିବାକୁ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe