୮୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପଟା ସହ ଗାଡ଼ି ଜବତ, ଡ୍ରାଇଭର ଫେରାର

ମାଲକାନଗିରିରେ ୮୫ଟି କାଠପଟା ଜବତ କଲା ପୁଲିସ

୮୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପଟା ସହ ଗାଡ଼ି ଜବତ, ଡ୍ରାଇଭର ଫେରାର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ରେଞ୍ଜର ଡ଼ମ୍ବରୁଧର ପଧାନଙ୍କ ନେତୃତ୍ବରେ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟଳୟ ପାଖରେ ରବିବାର ରାତିରେ ବ୍ୟାପକ ପରିମାଣରେ ପଟା ଜବତ ହୋଇଛି। ଉଲୁଣ୍ଡା ପଟରୁ ମହାନଦୀ ପୋଲଦେଇ ଏକ ପିକ୍‌ଅପ୍‌ ଗାଡ଼ିରେ ବିଜାପଟା ବୋଝେଇ ହୋଇ ଆସୁଥିଲା। ଗାଡ଼ି ଡ଼୍ରାଇଭର ବନବିଭାଗ ରାସ୍ତାରେ ଛପି ଥିବା ଦେଖି ଗାଡ଼ିର ଦିଗ ପରିବର୍ତ୍ତନ କରି ବିନିକା ଯୁଗେଶ୍ବର ମନ୍ଦିର ପାର୍ଶ୍ବରେ ଥିବା ରାସ୍ତା ଦେଇ ଗୁଲାପଡ଼ା ଆଡ଼କୁ ଗଛ ବୋଝେଇ ଗାଡ଼ି ନେଇ ଯାଉଥିଲେ। ପଛରେ ବନବିଭାଗ ପିଛା କରିବାରୁ କିଛିରାସ୍ତା ଯିବାପରେ ରାସ୍ତାରେ ଗାଡ଼ି ଛାଡ଼ି ଡ଼୍ରାଇଭର ଫେରାର ମାରିଥବା ବନବିଭାଗ ଠାରୁ ସୁଚନା ମିଲିଛି। ବନବିଭାରଗ - ଓଡ଼ି ୩୧ଡ଼ି ୪୮୮୬( କର ବ୍ରଦରସ) ଗାଡ଼ି ସହ ବିଜାପଟାକୁ ଜବତକରି ବିନିକା ବନବିଭାଗ ରେଞ୍ଜର କାର୍ଯ୍ୟଳୟକୁ ଅଣିଥିଲେ। ସେଠାରେ ଗାଡ଼ି ଭିତରେ ଥିବା ବିଜା ସାଳପଟା ବାହାର କରି ଗଣତି କରିବାସହ ମାପ କରିଥିଲେ। ଯାହାର ହାରାହାରି ମୂଲ୍ୟ ୮୦ ହଜାରରୁ  ଊର୍ଦ୍ଧ୍ବ ଟଙ୍କା ହେବବୋଲି  ଶ୍ରୀ ପଧାନ ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ରାମପୁର ବନପାଳ ପଦ୍ମଲୋଚନ ଭୋଇ, ବନବିଭାଗ ସ୍ବାର୍ଡ଼ କବି ଝାଙ୍କର, ସାନ ଭୁଏ, ସୁଜିତ ମେହେର, ବୃନ୍ଦାବନ ସା, ବେଲାଲ ବାଘ , ସୁରେନ୍ଦ୍ର ସାହୁ , ଲବଣି ଲାହା ପ୍ରମୁଖ ଥିଲେ।

ମାଲକାନଗିରି ମାଲକାନଗିରି ପେଟ୍ରୋଲିଂ କରୁଥିବା ସମୟରେ ପିକ ଅପ୍ ଭ୍ୟାନକୁ ଯାଞ୍ଚ କରୁଥିବା ସମୟରେ ସେଥିରେ କାଠ ଗଣ୍ଡି ଏବଂ ପଟ୍ଟା ରହିଥିବା ଦେଖିବାକୁ ପାଇଥିଲା।ତୁରନ୍ତ କାଠଗୁଡିକ ଜବତ କରିବା ସହ ଏହାକୁ ଚାଲାଣ କରୁଥିବା ଆସାମୀକୁ ଗିରଫ କରିବାକୁ ଚେଷ୍ଟା କରିଥିଲା।କିନ୍ତୁ ପୁଲିସକୁ ଦେଖି ଆସାମୀମାନେ ଫେରାର ହୋଇଯାଇଥିଲେ।ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମରେ ଏସଆଇ ଜି.ସାରକାଙ୍କ ନେତୃତ୍ବରେ ଏମଭି-୨୪ ଗ୍ରାମ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ସେଥିରେ ୮୫ଟି ପଟ୍ଟା ଏବଂ କାଠ ଗଣ୍ଡି ରହିଥିବା ଦେଖିବାକୁ ପାଇଥିଲା।ତେବେ ପୁଲିସକୁ ଦେଖି ଆସାମୀମାନେ ଫେରାର ହୋଇଯାଇଥିଲେ।ଏହି ପିକ ଅପ ଭ୍ୟାନକୁ ବାଟ କଢେଇ ନେଉଥିବା ତିନୋଟି ମଟର ସାଇକେଲକୁ ମଧ୍ୟ ପୁଲିସ ଜବତ କରିଛି।ଏହି ମଟର ସାଇକେଲ ଆରୋହୀମାନେ ମଟର ସାଇକେଲ ଛାଡି ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ।ପୁଲିସ ଏହି କାଠ ପଟ୍ଟାକୁ ବନ ବିଭାଗକୁ ହସ୍ତାନ୍ତର କରିବ ବୋଲି ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି।ଆସାମୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe