ସାଇଜ୍‌ ତାଳ କାଠ ଜବତ, ଟ୍ରକ, ହାଇଡ୍ରା ଓ ଚାଳକ ଅଟକ

ନବ ବିବାହିତାଙ୍କ ମୃତ୍ୟୁ ଘଟଣାରେ ନଣନ୍ଦ ଓ ଶାଶୁ କୋର୍ଟ ଚାଲାଣ

Brandt Kettwick Defense

ବୌଦ୍ଧ/ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ଖଜୁରୀ ଓ ତାଳ ଗଛ ବହୁଳ ଭାବରେ ରହିଛି। ଶିଳ୍ପବିହୀନ ଜିଲ୍ଲାରେ ଖଜୁରୀ ଓ ତାଳଗୁଡ଼ ପ୍ରସ୍ତୁତ କରି ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ରାଜ୍ୟ ତାଳଗୁଡ଼ ସମବାୟ ସଂଘର ଜ୍ଞାନକୌଶଳ ସହାୟତାରେ ଗତ ଶୀତ ଋତୁରେ ତାଳଗୁଡ଼ ତିଆରି ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ତାଳ ଗଛରୁ ରସ ସଂଗ୍ରହ କରି ଗୁଡ଼ ଓ ମିଶ୍ରି ପ୍ରସ୍ତୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ହେଲେ ଗତ କିଛି ମାସ ହେଲା ବଙ୍ଗୀୟ ଦଲାଲମାନେ ତାଳ ଗଛ କାଟି ନେଉଥିବା ଦେଖାଯାଇଛି। ଏ ନେଇ ଗତ ମାସ ୧୬ ତାରିଖରେ ‘ମାତିଛନ୍ତି ମାଫିଆ:ତାଳ ଗଛଶୂନ୍ୟ ହେବ ବୌଦ୍ଧ ଜିଲ୍ଲା /ତାଳଗୁଡ଼ ସ୍ବପ୍ନ ଅଧୁରା’ ଶୀର୍ଷକ ତଥ୍ୟ ଭିତ୍ତିକ ଖବର ପ୍ରକାଶିତ ହୋଇଥିଲା।

ସୂଚନାନୁସାରେ ସୋମବାର ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ୫୭ ନମ୍ବର ଜାତୀୟ ରାଜପଥରେ ସରକାରୀ ଗସ୍ତରେ ଯିବା ବେଳେ ରାଧାନଗର ହାଇସ୍କୁଲ ପଡ଼ିଆରେ ଗଚ୍ଛିତ ଥିବା ତାଳ ସାଇଜ କାଠଗୁଡ଼ିକୁ ହାଇଡ୍ରା ଦ୍ବାରା ଏକ ଟ୍ରକରେ ବୋଝେଇ କରାଯାଉଥିବା ଦେଖିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହରଭଙ୍ଗା ତହସିଲଦାର ବିଶ୍ୱଜିତ ପ୍ରଧାନ, ଏସିଏଫ୍‌ ଆଶିଷ କହଁର, ହରଭଙ୍ଗା ଉଦ୍ୟାନ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲ, ବୀରନରସିଂହପୁର ରାଜସ୍ବ ନିରୀକ୍ଷକ ସୋନାଲି ବିଶି, ବୌଦ୍ଧ ଆଦର୍ଶ ଥାନା ପୋଲିସ ସହାୟତାରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଏକ ହାଇଡ୍ରା (ଓଡି-୦୨-ବିଜେଡ୍‌-୨୬୩୮) ଓ ବୋଝେଇ ହୋଇଥିବା ଟ୍ରକ (ଡବ୍ଲୁବି-୮୭-୧୧୯୯)କୁ ଥାନାକୁ ଅଣାଯାଇଥିବା ବେଳେ ଦୁଇ ଚାଳକଙ୍କୁ ଅଟକ ରଖି ଦତନ୍ତ କରାଯାଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe