ଓମ୍‌ଫେଡ ଗାଡ଼ିରେ କାଠ ଚାଲାଣ, ୨ ଅଟକ

Advertisment
ଓମ୍‌ଫେଡ ଗାଡ଼ିରେ କାଠ ଚାଲାଣ, ୨ ଅଟକ

ଆନନ୍ଦପୁର: ଓମଫେଡ୍‌ ଗାଡ଼ିରେ କାଠ ଚୋରା ଚାଲାଣ ହେଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଘସିପୁରା ଥାନା ଗୋହିରା ପ୍ରାଣବଲଭ ପବ୍ଲିକ ସ୍କୁଲ ନିକଟରେ ବନ ବିଭାଗ ହାତରେ ଧରାପଡ଼ିଛି। ଏହି ଘଟଣାରେ ବନ ବିଭାଗ ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛି। ଆଜି ସନ୍ଧ୍ୟା ୭ଟା ସମୟରେ ଓମଫେଡ୍‌ କ୍ଷୀର ବୋହୁଥିବା ଏକ ଗାଡ଼ିରେ କାଠ ଚାଲାଣ ହଉଥିବା ନେଇ ବନ ବିଭାଗ ବି‌ଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଏଥିପାଇଁ ବିଭାଗୀୟ କର୍ମଚାରୀମାନେ ୨୦ ନମ୍ବର ଜାତୀୟ ରାଜପଥର ଗୋହିରା ନିକଟରେ ଛକି ରହିଥିଲେ। ଓମଫେଡ୍‌ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥି‌ରେ କ୍ଷୀର ବଦଳରେ ଶାଗୁଆନ କାଠ ଥିବା ଜଣାପଡ଼ିଥିଲା।

କାଠ ସହ ଗାଡ଼ି ଜବତ କରାଯାଇ ଆନନ୍ଦପୁର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଫକୀରପୁରର ବାଇଧର ଦାସ (୫୦) ଓ ଡ୍ରାଇଭର ଅକରୁଆ ଗ୍ରାମର ଅମର ବିଜୟ ଜେନା (୨୧)କୁ ଅଟକ ରଖାଯାଇଛି। ଡେପୁଟି ରେଞ୍ଜର ନବକିଶୋର ନାୟକ, ଫରେଷ୍ଟର ଅନନ୍ତ ଚରଣ ପରିଡ଼ା, ଫରେଷ୍ଟ ଗାର୍ଡ ମଧୁସୂଦନ ସାହୁ, ଶଙ୍କର୍ଷଣ ସା, ସୌଭାଗ୍ୟ କୁମାର ଜେନା ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe