୨୦ ହଜାର ଟଙ୍କାର ଶାଗୁଆନ ଓ କାଙ୍ଗଡା କାଠ ଜବତ, ଦୁଇ ଗିରଫ

Advertisment
୨୦ ହଜାର ଟଙ୍କାର ଶାଗୁଆନ ଓ କାଙ୍ଗଡା କାଠ ଜବତ, ଦୁଇ ଗିରଫ

ଢେଙ୍କାନାଳ: କାମାକ୍ଷାନଗର ଅନ୍ତର୍ଗତ ଆଳୁତମା ଠାରୁ ବନ ବିଭାଗ ଚୋରା କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାମାକ୍ଷାନଗର ପଶ୍ଚିମାଞ୍ଚଲ ରେଞ୍ଜର ବନ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଆଳୁତମା ଗ୍ରାମରେ ଗତକାଲି ଚଢ଼ାଉ କରି ସେହି ଗ୍ରାମର ଗୌରାଙ୍ଗ ନାୟକ ଓ ରଞ୍ଜନ ନାୟକଙ୍କ ଠାରୁ ୨୦ ସିଫ୍‌ଟ ଶାଗୁଆନ ଓ କାଙ୍ଗଡା କାଠ ଜବତ କରିଛନ୍ତି। ଏହାର ମୂଲ୍ୟ ଆନୁମାନିକ ୨୦ ହଜାର ଟଙ୍କା ହେବ। ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରି ଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଗୋଗନେନି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe