ସ୍ବଚ୍ଛ ଭାରତ ମିଶନର ବିକଳ ଚିତ୍ର

Advertisment

ଅଧା ତିଆରି କରି ଠିକାଦାର ନେଇଗଲା ପଇସା, ଠିଆହୋଇଛି ଖାଲି କାନ୍ଥ

ଅଧା ତିଆରି କରି ଠିକାଦାର ନେଇଗଲା ପଇସା, ଠିଆହୋଇଛି ଖାଲି କାନ୍ଥ

ସ୍ବଚ୍ଛ ଭାରତ ମିଶନର ବିକଳ ଚିତ୍ର

Sambad

କୋରାପୁଟ: ଚାରିକାନ୍ଥ ଠିଆ ହୋଇଛି। କେଉଁଠି ପାଇପ ନାହିଁ ତ କେଉଁଠି କବାଟ ନାହିଁ। ଆଉ କେଉଁଠି ପାଇଖାନା ଟାଙ୍କି ନାହିଁ କିନ୍ତୁ ତିଆରି ହୋଇଥିବା ପାଇଖାନା ଘରେ ରହିଛି କାଠ। କିନ୍ତୁ ଜିଲ୍ଲାରେ ୯୮ ପ୍ରତିଶତ ସଫଳ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି ସିନା ବାସ୍ତବ ଅବସ୍ଥା କିନ୍ତୁ ଭିନ୍ନ। ଯେଉଁ ଲକ୍ଷ୍ୟ ନେଇ ମୋଦି ସରକାର ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ ତାହାର ବିକଳ ଚିତ୍ର କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି।

କୋରାପୁଟ ବ୍ଲକ କେନ୍ଦାର, ମାନବାର, ବଡ ଶୁକୁ, କୋରଙ୍ଗା, ମସ୍ତିପୁଟ, ଦେବୀ ଘାଟ ଓ ଉମୁରୀ ପରି ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ମହତ୍ବକକାକ୍ଷୀ ଯୋଜନାର ବିକଳ ଚିତ୍ର। ଓଡ଼ିଶାର ଉପାନ୍ତ ଜିଲ୍ଲା କୁହାଯାଉଥିବା କୋରାପୁଟ ଜିଲ୍ଲାରେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ପ୍ରତି ଘରକୁ ପାଇଖାନା ପ୍ରଦାନ କରାଯିବ। ପ୍ରତି ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। କିନ୍ତୁ ଜିଲ୍ଲାରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ନିର୍ମାଣ ହେବାର ମାତ୍ର କେଇ ବର୍ଷରେ ମାଟିରେ ମିଶିଛି କୋଟି କୋଟି ଟଙ୍କା। ବିଭାଗୀ ଯନ୍ତ୍ରୀ ଓ ବିହାରି ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାଗଜ କଲମରେ ଯୋଜନା ସଫଳ ହୋଇଥିଲେ ବି ବସ୍ତାବରେ ଏହା ଭିନ୍ନ ଚିତ୍ର ପ୍ରଦାନ କରୁଛି। ରହଠଅ କରି ଠିକାଦାର ମାଲେ ମାଲେ ହୋଇଥିବାବେଳେ ହିତାଧିକାରୀ ଯେଉଁ ନୋଟା ପାର୍ଟିରେ ଥିଲା ସେହିଥିରେ ରହିଯାଇଛି। ପ୍ରଶାସନର ଅଦୂରଦର୍ଶିତା ହେତୁ ଖାଲି ଯେ ସ୍ବଚ୍ଛ ଭାରତ ମିଶନ ମାଟିରେ ମିଶିଛି ତାହା ନୁହେଁ ବାହ୍ୟ ମଳମୁକ୍ତ ଅଭିଯାନର ମଦ୍ୟ ସଫଳ ରୂପାୟନ ହୋଇପାରିନି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ୯୮.୪୪ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି।

publive-image Sambad

ଜିଲ୍ଲାରେ ୨ ଲକ୍ଷ ୪୬ ହଜାର ୮୪୩ଟି ପାଇଖାନା ନିର୍ମାଣ କରାଯିବାକୁ ଯୋଜନା ହୋଇଥିଲା। ସେଥଇମଧ୍ୟରୁ ୨ ଲକ୍ଷ ୪୨ ହଜାର ୯୯୨ଟି ପାଇଖାନା ନିର୍ମାଣ ହୋଇଛି। ଏହାସହ ହିତାଧିକାରୀଙ୍କ ସହ ଫଟୋ ମଧ୍ୟ କେନ୍ଦ୍ର ସରକାରଙ୍କ ୱେବସାଇଟରେ ଅପଲୋଡ କରାଯାଇଛି। ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କାମର କେଇ ବର୍ଷ ମଧ୍ୟରେ ଭାଙ୍ଗି ନଷ୍ଟ ହୋଇ ଯାଇଥିବାବେଳେ ଠିକାଦାର କରିଥିବା କାମକୁ କିପରି ବ୍ଲକର ଜେଇ ଅନୁମୋଦନ ଦେଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ଦେବୀ ସାଉନ୍ତା କହିଛନ୍ତି ଯେ ପୂର୍ବରୁ ଯେପରି ନଦୀପଠାକୁ ଯାଉଥିଲୁ ଏବେ ସେପରି ଯାଉଛୁ। ନାମକୁ ମାତ୍ର ପାଇଖାନା ତିଆରି ହେଲା ସିନା ଏଥିରେ ଲାଭ କିଛି ହେଉନି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ କହିଛନ୍ତି ଯେ ଘଟଣା ସମ୍ପର୍କରେ ଅବଗତ ରହିଛି, କିପରି ଏପରି ହେଲା ତାହାର ଅନୁସନ୍ଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe