ହଟିଲା ଲୁହା ପ୍ଲେଟ, ମରାମତି ହେଲା ବ୍ରାହ୍ମଣୀ ପୋଲ, ବନ୍ଦ ରହିଛି ପ୍ରସ୍ତାବିତ ଦ୍ବିତୀୟ ପୋଲ କାମ

Advertisment
ହଟିଲା ଲୁହା ପ୍ଲେଟ, ମରାମତି ହେଲା ବ୍ରାହ୍ମଣୀ ପୋଲ, ବନ୍ଦ ରହିଛି ପ୍ରସ୍ତାବିତ ଦ୍ବିତୀୟ ପୋଲ କାମ

ରାଉରକେଲା: ମରାମତି ହେଲା ପଶ୍ଚିମ ଓଡିଶାର ଜୀବନରେଖା କୁହାଯାଉଥିବା ବିପଦ ସଂକୁଳ ବ୍ରାହ୍ମଣୀ ପୋଲ l ଗତକିଛି ମାସ ଧରି ପଡିଥିବା ଲୁହାପ୍ଲେଟ ହଟାଯାଇଛି। ଗତକାଲି ରାତିରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଜାରି ରହିଛି। ଲକ୍‌ଡାଉନ୍‌ ପାଇଁ ଟ୍ରାଫିକ୍‌ ସମସ୍ୟା ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦେଶକ ସୌରଭ ଚୌରାସିଆ l

ସେ କହିଛନ୍ତି, ବ୍ରାହ୍ମଣୀ ପୋଲରେ ବଡ ଫାଟ ସୃଷ୍ଟି ହୋଇଥିଲା। ଦୈନିକ ଗାଡି ଚଳାଚଳରେ ବାଧା ସୃଷ୍ଟି ‌ହେଉଥିଲା। ଟ୍ରାଫିକ୍‌ ସମସ୍ୟା ଉପୁଜିବା ଦୃଷ୍ଟିରୁ ମରାମତି ସମ୍ଭବ ହେଉ ନଥିଲା। ପୋଲ ଓ ଯାନବାହନ ସୁରକ୍ଷା ଦୃଷ୍ଟିରୁ ଫାଟ ହୋଇଥିବା ସ୍ଥାନରେ ଲୁହା ପ୍ଲେଟ ପଡିଥିଲା। କରୋନା ପାଇଁ ଲକ୍‌ଡାଉନ୍‌ ଥିବାରୁ ଗତକାଲି ଠାରୁ ଲୁହା ପ୍ଲେଟକୁ ବାହାର କରି ମରାମତି କାମ ଆରମ୍ଭ ହୋଇଛି।

ଆସନ୍ତା ୩/୪ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ଯେଉଁ ଜାଗାରେ ଫାଟ ହୋଇଛି ସେଗୁଡ଼ିକୁ ମରାମତି କରାଯାଉଛି। ଅନ୍ୟପଟେ କରୋନା ପାଇଁ ବହୁ ପ୍ରତୀକ୍ଷିତ ଦ୍ବିତୀୟ ବ୍ରାହ୍ମଣୀ ପୋଲ ନିର୍ମାଣ କାମ ବନ୍ଦ ରହିଛି। ଆସନ୍ତା ଜୁନ୍‌ ୨୦୨୦ ସୁଦ୍ଧା ପୋଲ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କରୋନା ପାଇଁ ନିର୍ମାଣ କାମ ବନ୍ଦ ରହିଛି। ନିର୍ମାଣ ପାଇଁ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯେବେ ଅନୁମତି ମିଳିବ ସେବେଠାରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe