ଜନ୍ମ ନୁହେଁ, କର୍ମ କରିବ ବଡ଼: ମନ୍ତ୍ରୀ

ସ୍କାଉଟ୍ ଓ ଗାଇଡ୍‌ସର ରାଜ୍ୟସ୍ତରୀୟ ଜାମ୍ବୋରେଟ୍‌ ଉଦ୍‌ଘାଟିତ 

ଜନ୍ମ ନୁହେଁ, କର୍ମ କରିବ ବଡ଼: ମନ୍ତ୍ରୀ

ଖୋର୍ଦ୍ଧା: ଜୀବନରେ ବଡ଼ ହେବା ପାଇଁ ବଡ଼ ଘରେ ଜନ୍ମନେବା ନିହାତି ଲୋଡ଼ା ନାହିଁ। ଯେକୌଣସି କୁଳ ଓ ବଂଶରେ ଜନ୍ମ ହୁଅ ନା କାହିଁକି ଆତ୍ମ ବିଶ୍ବାସ ଏବଂ କଠୋର ପରିଶ୍ରମମୂଳକ କର୍ମ କରିଚାଲିଲେ ଜୀବନର ଶିଖର ଛୁଇଁବ। ଖୋର୍ଦ୍ଧା ବରୁଣେଇ ପାହାଡ଼ ସ୍ଥିତ ରାଜ୍ୟ ତାଲିମ୍‌କେନ୍ଦ୍ରରେ ଶନିବାର ଉଦ୍‌ଘାଟିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍‌ ଏବ ଗଶଇଡ୍‌ସର ରାଜ୍ୟସ୍ତରୀୟ ଜାମ୍ବୋରେଟ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହା କହିଛନ୍ତି। ସମସ୍ତଙ୍କ ସହିତ ମିଳିମିଶି ପରସ୍ପରଠାରୁ ମଣିଷ ପଣିଆ ଟିକକ ଶିଖିବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ କମିଶନର ଡଃ. କାଳୀପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଭାରତ ସ୍କାଉଟ୍‌ ଓ ଗାଇଡ୍‌ସର ରାଜ୍ୟ ସଭାପତି ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏ ଶିବିର ଜୀବନକୁ କେମିତି ଶୃଙ୍ଖଳିତ କରେ ତା’ ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ଡଃ. ମୀନତି ବେହେରା ମଞ୍ଚାସୀନ ହୋଇ ଶିଶୁମାନଙ୍କର ବିଭିନ୍ନ ଅଧିକାର ସମ୍ପର୍କରେ ସଚେତନ କରାଇଥିଲେ।

publive-image

ଶିବିରରେ ସାରା ଓଡ଼ିଶାରୁ ମୋଟ୍ ୨୪୮୦ ବିଦ୍ୟାର୍ଥୀ ଯୋଗ ଦେଇଛନ୍ତି। ଏହି ଅବସରରେ ଶିବିରାର୍ଥୀମାନେ ଜିଲ୍ଲାୱାରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।  ସେହିପରି ଅପରାହ୍‌ଣ ଅଧିବେଶନରେ ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସଂଗଠନର କମିସନର ଅନାମିକା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ। ଯୁଗ୍ମ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶିବିର ଶିବିର ପରିଚାଳିିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe