ଡଅଁରା ଗ୍ରାମରେ ଅଘଟଣ: ଢଳେଇ ବେଳେ ଛାତରୁ ପଡ଼ି ଶ୍ରମିକ ମୃତ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଡଅଁରା ଗ୍ରାମରେ ଶନିବାର ଏକ ଛାତ ଢଳେଇ କାମ ଚାଲିଥିବା ବେଳେ ସଠାରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ ଘଟିଛି। ମିଳିଥିବା ସୂଚନାନୁଯାୟୀ ଗାଁରେ ନର୍ମାଣାଧୀନ ଅଷ୍ଟପ୍ରହରୀ ମଣ୍ଡପର ଆଜି ଛାତ ଢଳେଇ କାର୍ଯ୍ୟ ଚାଲିଥିଲା। ତେବେ ଏଥିରେ ଶ୍ରମିକ ଭାବେ ନିୟୋଜିତ ବାରକୋଟ ବ୍ଲକ ମସିନ୍ତା ଗ୍ରାମର ବୁଧୁଆ ମୁଣ୍ଡା ହଠାତ୍‌ ଛାତ ଉପରୁ ତଳକୁ ଖସି ଗୁରୁତର ଭାବେ ଆହତ ହୋଇଥିଲେ।

ଅନ୍ୟ ଶ୍ରମିକ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ବୁଧୁଆ ନାବାଳକ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe