ନିର୍ମାଣାଧୀନ ଛାତରୁ ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ

ସର୍ପାଘାତରେ ନାବାଳିକା ମୃତ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଲେସିଂ ଗ୍ରାମରେ ଶୁକ୍ରବାର ଏକ ନିର୍ମାଣାଧୀନ କୋଠାରୁ ​ଖସିପଡ଼ି ​ଶୁକପାଲି ଗ୍ରାମର ଶ୍ରମିକ ଅନିଲ ଥାଟି(୩୦)ଙ୍କ ମୃତ୍ୟୁ ହୋଇଛି। ଶନିବାର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରର ଛାତ ପଡ଼ିବାର ଥିଲା। ଏଥିପାଇଁ ଶୁକ୍ରବାର ସେଣ୍ଟରିଂ ଶେଷ ହୋଇଥିଲା।

ରାତିରେ କାମ ଶେଷ ​ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅନିଲ ହଠାତ୍ ତଳେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe