ଲିଫ୍ଟରୁ ଖସି ଶ୍ରମିକ ଆହତ

Advertisment
ଲିଫ୍ଟରୁ ଖସି ଶ୍ରମିକ ଆହତ

ପୁରୁଣା କଟକ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ସ୍ଥିତ ରାଣିସତି ରାଇସ ମିଲ୍‌ରେ କାମ କରୁଥିବା ଜଣେ ଶ୍ରମିକ ଲିଫ୍ଟରୁ ଖସି ଗୁରୁତର ଆହତ ହେଇଥିବା ସୂଚନା ମିଳିଛି। ଯୁବକ ଜଣକ ପୁରୁଣା କଟକ ପଞ୍ଚାୟତ ଅନ୍ତର୍ଗତ ରାଜିଂ ଗ୍ରାମର ସନ୍ତୋଷ ମାଝି ବୋଲି ଜଣାପଡିଛି।

ଗୁରୁବାର ପୂର୍ବାହ୍ନ ୮ ଟା ସମୟରେ ସନ୍ତୋଷ କାମ କରୁଥିବା ବେଳେ ଲିଫ୍ଟରୁ ଖସି ପଡ଼ିଥିଲେ ତାଙ୍କୁ ତାଙ୍କ ସାଥି ଶ୍ରମିକ ଓ କର୍ମଚାରୀମାନେ ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥିତ ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରଯାଇଛି। ତାଙ୍କ ଆଖି ଏବଂ ଗୋଡ଼ରେ ଗଭୀର ଆଘାତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe