ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଖାଉଟି ସଚେତନତା କର୍ମଶାଳା 

Advertisment
ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଖାଉଟି ସଚେତନତା କର୍ମଶାଳା 

Sambad

ଖୋର୍ଦ୍ଧା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ କର୍ମଶାଳାର ଉଦ୍ଘାଟନ କରିଥିଲେ। ଏଥିରେ ବକ୍ତା ଓ ସଚେତକ ଭାବେ ଅବସରପ୍ରାପ୍ତ ଜିଲ୍ଲା ଖାଉଟି କମିସନ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ଖାଉଟି ସୁରକ୍ଷା ଆଇନ ୨୦୧୯ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଜିଲ୍ଳା ମାପ ଓ ଓଜନ ଅଧିକାରୀ ସୁଷମା ପଣ୍ଡା ଓ ନିହାର ରଞ୍ଜନ ମିଶ୍ର ଯୋଗ ଦେଇ ମାପ ଓ ଓଜନରେ ଗ୍ରାହକ କିଭଳି ଠକାମୀର ଶିକାର ହୁଏ, ଏହାର ନିୟନ୍ତ୍ରଣ ପାଇଁ ଥିବା ନିୟମ ସମ୍ପର୍କରେ କହିଥିଲେ।

ଯୋଗାଣ ଅଧିକାରୀ ସୁଗୁଡ଼ା ମୁର୍ମୁ ଓ ସହକାରୀ ଖାଉଟି ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ ଖାଉଟି ଯୋଗାଣ, ପାଇକାରୀ ବଣ୍ଟନ ସମ୍ପର୍କରେ କହିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା, ପ୍ରବନ୍ଧ ଆଦି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ଛାତ୍ରଛାତ୍ରୀମାନେ ହେଲେ, ଦିପ୍ତିମୟୀ ପ୍ରତିହାରୀ, ସୁଧାକର ଦାଶ, ଶୁଭଶ୍ରୀ ଦାଶ, ସତ୍ୟଜିତ ରାଉତ, ବିବେକ କୁମାର ସାହୁ, ସୌମ୍ୟଶ୍ରୀ ପଲେଇ ପ୍ରମୁଖ। କ୍ଲବ ରେଡ୍ରୋଜ୍ର ସଭାପତି ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe