ପରିବେଶ ସୁରକ୍ଷା ପାଇଁ ସାମାଜିକ ଗଣମାଧ୍ୟମରେ ଚ୍ୟାଟ୍‌ବଟ୍‌ କର୍ମଶାଳା

ପରିବେଶ ସୁରକ୍ଷା ପାଇଁ ସାମାଜିକ ଗଣମାଧ୍ୟମରେ ଚ୍ୟାଟ୍‌ବଟ୍‌ କର୍ମଶାଳା

Sambad

ଖୋର୍ଦ୍ଧା: ଆଧୁନିକ ଜ୍ଞାନକୌଶଳ ଦ୍ୱାରା ପରିବେଶର ସୁରକ୍ଷା ଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆଜି ୟୁନିସେଫ୍ ଓ ୟୁଥ୍ ୱାଟର ପ୍ଲକ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଦେଶର ଯୁବପିଢ଼ିଙ୍କୁ ଏକତ୍ରିତ କରି ସେମାନଙ୍କ ଠାରୁ ପରିବେଶ ସୁରକ୍ଷା ସମ୍ପର୍କରେ ତଥ୍ୟ, ବିଚାରର ଆଦାନପ୍ରଦାନ ସହ ଏକ ଗଣପରିବର୍ତନ ଆଣିବାକୁ ସାମାଜିକ ଗଣମାଧ୍ୟମ ଚ୍ୟାଟ୍‌ବଟ୍‌ ଆରମ୍ଭ କରାଯାଇଛି। ଖୋର୍ଦ୍ଧା ବରୁଣେଇ ନିକଟରେ ଥିବା କେଟି ଗ୍ଲୋବାଲ୍ ସ୍କୁଲ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗ ଦେଇଥିଲେ। ବର୍ତମାନ ପୃଥିବୀରେ ଦେଖାଦେଇଥିବା ପ୍ରଦୂଷଣଜନିତ ଜଳବାୟୁ ପରିବର୍ତନର ସମ୍ମୁଖୀନ ହେବାକୁ ଯୁବପିଢ଼ି ଏକତ୍ରିତ ହେବା ସହ ଆଧୁନିକ ଜ୍ଞାନକୌଶଳକୁ ସକାରାତ୍ମକ ଦିଗର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଚ୍ୟାଟ୍‌ବଟ୍ ମାଧ୍ୟରେ ଭାବର ଆଦାନପ୍ରଦାନ ସମ୍ପର୍କରେ ଆଲୋଚନା କରି ୟୁନିସେଫ୍ର ୱାସ୍ ଓ ସିସିଏସ୍ ବିଶେଷଜ୍ଞ ସିପ୍ରା ସକ୍ସେନା, ୟୁନିସେଫ୍ର ଡିଜିଟାଲ୍ ମିଡ଼ିଆ ଅଧିକାରୀ ଅମିତାୟୁଶ ପ୍ରିୟଦର୍ଶୀ ପ୍ରମୁଖ କହିଥିଲେ ଯେ ଜଳବାୟୁ ପରିବର୍ତନ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ।

ପରିବେଶର ସୁରକ୍ଷା ସମ୍ପର୍କରେ ସଚେତନତା ଓ ସକରାତ୍ମକ ପରିବର୍ତନ ପାଇଁ ଯୁବପିଢ଼ିଙ୍କ ଯୋଗଦାନ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ନିହାତି ଆବଶ୍ୟକ ବୋଲି କହିଥିଲେ। ଏହି ଚାଟ୍ବଟ୍ ଦ୍ୱାରା ବିଭିନ୍ନ ସ୍ଥାନର ସମମାନସିକତା ରଖୁଥିବା ଯୁବପିଢ଼ି ନିଜ ମଧ୍ୟରେ ଜଳ ସଂରକ୍ଷଣ, ବିଶୁଦ୍ଧଜଳ, ପରିମଳ, ଜଳବାୟୁ ପରିବର୍ତନ ଆଦିକୁ ନେଇ ନିଜର ବିଚାର ରଖି ପାରିବେ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ଭାରତର ୨୬ଲକ୍ଷ ୟୁ ରିପୋଟର୍ସ ଓ ୯୫ଟି ବିଭିନ୍ନ ଦେଶର ୨୮ ନିୟୁତ ୟୁ ରିପୋଟର୍ସ ଯୋଡ଼ି ହୋଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେଟି ଗ୍ଲୋବାଲ୍ ସ୍କୁଲର ନିଦେ୍ର୍ଦଶକ ଡଃ. ରବୀନ୍ଦ୍ରନାଥ ପତିଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ସାତ୍ୱିକ ସୋଲ୍ ଫାଉଣ୍ଡେସ, ଭାରତ ସ୍କାଉଟ୍ ଓ ଗାଇଡ୍ସ, ପାଣ୍ଟିସ୍ ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe