ଓଡ଼ିଶା ରିଲିଫ କୋର୍ଡ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

ଓଡ଼ିଶା ରିଲିଫ କୋର୍ଡ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

Sambad

ଖୋର୍ଦ୍ଧା: ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ଓଡ଼ିଶା ରିଲିଫ କୋଡ୍ ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗତକାଲି ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ରିଲିଫ କମିଶନ କାର୍ଯ୍ୟାଳୟର ଯୁଗ୍ମ ଏସ୍ଆର୍ସି ଓ ଓଏସିଡ଼ି ପ୍ରଶିକ୍ଷକ ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଧନଜୀବନର ସୁରକ୍ଷା କରିବା, ଶୂନ ମୃତ୍ୟୁ ଲକ୍ଷ୍ୟକୁ କିଭଳି ହାସଲ କରିବା, ବିପର୍ଯ୍ୟୟରେ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ କିଭଳି ତ୍ୱରିତ ଆର୍ଥିକ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବା, ଗୃହ ନିର୍ମାଣ, କୃଷି ଇନ୍ପୁଟ ସବସିଡି, ମତ୍ସ୍ୟଜୀବୀଙ୍କୁ ସହାୟତା ଆଦି ଘଟଣାରେ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିବା ଆଦି ସମ୍ପର୍କରେ ବୁଝାଇଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବଙ୍କ ସମେତ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମୁଖ୍ୟ ପଶୁଧନ ଅଧିକାରୀ, ତହସିଲଦାର, ବିଡିଓ, ମତ୍ସ୍ୟ, କୃଷି, ଅଗ୍ନିଶମ, ପୌର ପରିଷଦ ଆଦି ସହ ପ୍ରାୟ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe