ସମାନ ଆଇନ ସଂହିତା : ବୁଦ୍ଧିଜୀବୀ ସମ୍ମିଳନୀ   

Advertisment
ସମାନ ଆଇନ ସଂହିତା : ବୁଦ୍ଧିଜୀବୀ ସମ୍ମିଳନୀ   
ଭଦ୍ରକ: ସ୍ଵାଧୀନତାର ୭୫ ବର୍ଷ ବିତିଯାଇଥିଲେ ବି ଭାରତୀୟ ସମ୍ବିଧାନରେ ରାଷ୍ଟ୍ର ସମ୍ବନ୍ଧୀୟ ନିୟମାବଳୀ ୪୪ ଧାରାରେ ଥିବା  ସମାନ  ଆଇନ ସଂହିତା  ଅର୍ଥାତ ‘ଏକ  ଦେଶ ଏକ ଆଇନ’ ଏବେ ସୁଦ୍ଧା କାର୍ଯ୍ୟକାରୀ ନ ହେବା ଘୋର ପରିତାପର ବିଷୟ ବୋଲି ଭଦ୍ରକର  ଗୁଜୁରାଟୀ ଭବନ ଠାରେ ପ୍ରଜ୍ଞା ପ୍ରବାହ, ଭଦ୍ରକ  ଜିଲ୍ଲା ଦ୍ଵାରା ଆୟୋଜିତ ଏକ ବିରାଟ ବୁଦ୍ଧିଜୀବୀ ସମିଳନୀରେ ବକ୍ତାମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ  ଏହି ଆଇନ ପାର୍ଲିଆମେଣ୍ଟରେ ଅନୁମୋଦନ ହେବାକୁ ଯାଉଥିବା ଆନନ୍ଦର ବିଷୟ ଏବଂ ଏହା ଦ୍ଵାରା ବିଭିନ୍ନ ଜାତି, ଧର୍ମ, ଲିଙ୍ଗ, ସମ୍ପ୍ରଦାୟ ବାସ କରୁଥିବା ସଂସ୍କୃତି ସମ୍ପନ୍ନ ଭାରତ ବର୍ଷରେ ସମସ୍ତେ ଆତ୍ମସମ୍ମାନ ସହ ବଂଚିବାର ସୁଯୋଗ ପାଇବେ ବୋଲି ନିମନ୍ତ୍ରିତ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଟ ଅଧିବକ୍ତା ସର୍ବେଶ୍ଵର ବେହେରା ମତବ୍ୟକ୍ତ କରିଥିଲେ। ଦୈନନ୍ଦିନ ଜୀବନରେ ବିବାହ ବିଛଦ, ଭରଣ ପୋଷଣ, ଉତ୍ତରାଧିକାରୀ  ପୋଷଣ  ଆଇନର ସମାନତା ଅଭାବରୁ ବିଶେଷ  ସମ୍ପ୍ରଦାୟ ମହିଳାଙ୍କର ଅଧିକାରରୁ ବଂଚିତ  ହେବା ଦେଶର ବିକାଶ, ଏକତା, ଅଖଣ୍ଡତାରେ ପ୍ରତିବନ୍ଧକ  ବୋଲି ଆଲୋଚନାରେ  ବିଷୟ ରହିଥିଲା।
publive-image
ରାଜ୍ୟଗୁଡ଼ିକର ଉଚ୍ଚ ନ୍ୟାୟାଳୟ ,ସର୍ବୋଚ୍ଚ ନ୍ୟାୟାଳୟ ଏକ ଦେଶ ଏକ ଆଇନ ନୀତି ପ୍ରଣୟନ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ବି ଏହା ଅଭାବରୁ ଜନସାଧାରଣ ନ୍ୟାୟରୁ ବଞ୍ଚିତ ବୋଲି ସ୍ପଷ୍ଟ କରିଛନ୍ତି। ବିଶେଷ ସମ୍ପ୍ରଦାୟର କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ବିଭିନ୍ନ ଭ୍ରମ ସୃଷ୍ଟି କରିଥିବାରୁ ଆଗାମୀ ଦିନରେ ଜନସାଧାରଣଙ୍କ ପାଖରେ ସଠିକ ତଥ୍ୟ  ପହଞ୍ଚାଇବାକୁ ସମ୍ମାନିତ ବକ୍ତା ପ୍ରଜ୍ଞା ପ୍ରବାହ ରାଜ୍ୟ ସଂଯୋଜକ ରବି ନାରାୟଣ ପଣ୍ଡା ଉପସ୍ଥିତ ୨୫୦ରୁ ଅଧିକ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ରାମ ଚନ୍ଦ୍ର ପଣ୍ଡା ସୁଚିନ୍ତିତ ମତବ୍ୟକ୍ତ  କରିଥିବା ବେଳେ ପ୍ରଜ୍ଞା ପ୍ରବାହ ଜିଲ୍ଲା ସଂଯୋଜକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଅତିଥି ପରିଚୟ, ମଞ୍ଚ ପରିଚାଳନା କରିଥିଲେ। ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଏବଂ ପ୍ରଜାପିତା ବ୍ରହ୍ମ କୁମାରୀ ମଞ୍ଜୁ ଭଉଣୀଙ୍କୁ ସଭାରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସରସ୍ବତୀ ଶିଶୁମନ୍ଦିର ଗୁରୁମାବୃନ୍ଦ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ରବି ନାରାୟଣ ମହାନ୍ତି ସହଯୋଗ କରିଥିଲେ। ନଗର ସଂଯୋଜକ ଡା. ନୀଳକଣ୍ଠ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe