ରାଇରଙ୍ଗପୁରରେ ‘ଆମ ଶରୀର ଆମ ଡାକ୍ତର’ କର୍ମଶାଳା

Advertisment
ରାଇରଙ୍ଗପୁରରେ ‘ଆମ ଶରୀର ଆମ ଡାକ୍ତର’ କର୍ମଶାଳା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ପିସିଏମ କଲ୍ୟାଣ ମଣ୍ଡପରେ ‘ଆମ ଶରୀର ଆମ ଡାକ୍ତର’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜର୍ମାନୀର ସ୍ଟେମ ସେଲ ଗବେଷକ ଓ ଚିକିତ୍ସା ଗବେଷକ ଡାକ୍ତର ଶିବାଶିଷ ଗିରି ଉଦ୍‌ବୋଧନ ଦେଇଥିଲେ। ଡାକ୍ତର ଶିବାଶିଷ ଗିରିଙ୍କ ଘର ହାତବାଦଳାରେ। ସେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ୯୦ରୁ  ଉର୍ଦ୍ଧ୍ବ ଦେଶରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଉଚ୍ଚ ପ୍ରସଂଶିତ ହେଇଛନ୍ତି। ସେ ଆଜିର ସମାଜରେ ବଢୁଥିବା ରୋଗ ବିଷୟରେ ଆଲୋକପାତ କରି କିଭଳି ଏହି ରୋଗର ଉପଶମ ପ୍ରାକୃତିକ ପଦ୍ଧତ୍ତିରେ ହୋଇ ପାରିବ, ସେ ବିଷୟରେ ପରାମର୍ଶ ଦେଇଥିଲେ।

ସେ ଅତ୍ୟାଧୁନିକ ନୋବେଲ ଶୋଧ ଯଥା:- ଅକ୍ସିଜେନ ଅନୁଭୂତି, ଆଟୋଫାଜି, ନକାରାତ୍ମକ ପବନ ଆୟନ, ଡ୍ୟୁଟେରିୟମ ହୀନ ଜଳ (ହଳୁକା ଜଳ ବଞ୍ଚନୀୟ), କୋଷ ଅବଶିଷ୍ଟର ଆମଦାନୀ-ରପ୍ତାନୀ ଇତ୍ୟାଦି ବିଷୟରେ ବହୁତ ରୋଚନାତ୍ମକ ଆଲୋଚନା କରିଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କର୍ମଶାଳାରେ ଉପସ୍ଥିତ ଥିଲେ। ଡାକ୍ତର ପି. ଏସ ମାଣିକ୍ୟେଶ୍ୱରୀ ଓ ଡାକ୍ତର ବିଜୟ ଲକ୍ଷ୍ମୀ ମହାନ୍ତି ଏହି କର୍ମଶାଳାକୁ ଆୟୋଜନ କରିଥିଲେ। ଯୁବ ପ୍ରଶିକ୍ଷକ ଅମନ ମହାନ୍ତି, କହନ୍ତି, ଏଭଳି କର୍ମଶାଳା ରାଇରଙ୍ଗପୁର ଜନ ମାନସରେ ସଚେତନତା ବୃଦ୍ଧି କରିବ। ଶ୍ରୀଯୁକ୍ତ ରସାନନ୍ଦ ଲେଙ୍କା, ସଂଜୀବ ଲେଙ୍କା, ଅଶୋକ ଅଗ୍ରୱାଲ, ବିକାଶ ଚନ୍ଦ୍ର ନାୟକ, ରାମ ପ୍ରବେଶ ସାହା, ସୁଶୀଲ ମହାନ୍ତି, ମୀରା ଅଗ୍ରୱାଲ, କିରଣ ଅଗ୍ରୱାଲ, ରଂଜିତା ଧାନ୍ଧଣିଆ, ବିମଳା ଅଗ୍ରୱାଲ, ରାନୁ ମହାନ୍ତି, ଜୟଶ୍ରୀ ମହାନ୍ତି ଇତ୍ୟାଦି କର୍ମଶାଳା ରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe