କୋରାପୁଟ: ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜରେ ରହିଥିବା ବିଭିନ୍ନ ପ୍ରକାର ସୁରକ୍ଷାବଳଙ୍କ ଗାଡିକୁ ମରାମତି କରିବାକୁ କେଉଁ କାଳରୁ ରହିଛି କୋରାପୁଟସ୍ଥିତ ଆରକ୍ଷୀ ମୋଟର ପରିବହନ ଆଞ୍ଚଳିକ କାର୍ଯ୍ୟାଳୟ । ରେଞ୍ଜ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଯେତେ ପୁଲିସ ଗାଡି ସହ ବିଏସଏଫ, ଆଇଆରବି, ଓଏସଏପି ସହ ଅନ୍ୟ ସୁରକ୍ଷା ବଳର ଗାଡି ଏହିଠାରେ ମରାମତି ହୁଏ। ତେବେ ଏହି ଅଞ୍ଚଳ କାର୍ଯ୍ୟାଳୟରେ ଏବେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଛି। ୧୯୮୬ରୁ ପ୍ରତିଷ୍ଠା ହୋଇଥିବା ଏହି କାର୍ଯ୍ୟଳୟରେ ବିଭିନ୍ନ ପଦବୀ ପାଇଁ ୨୬ ଜଣ କର୍ମଚାରୀଙ୍କ ମଧ୍ୟରୁ ଏବେ ମାତ୍ର ୪ଜଣ କର୍ମଚାରୀ ରହିଥିବାବେଳେ ଏହିଠାରେ ମରାମତି କରିବାକୁ ରହୁଥିବା କାର୍ଯ୍ୟାଳୟ ଅବସ୍ଥା ସଙ୍ଗୀନ ହୋଇପଡିଲାଣି।
କେତେବେଳେ ଏହା ଭୁଷୁଡି ପଡିବ ତାହା କହି ହେବ ନାହିଁ। ଅତି ଦୟନୀୟ ଭାବେ ଏହିଠାରେ ୪ଜଣ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ମରାମତି କରିବାକୁ ଘରଟିଏ ନ ଥିବାରୁ ନାହିଁ ନ ଥିବା ସମସ୍ୟା ହେଉଥିବା ଜଣାପଡିଛି। ଅବିଭକ୍ତ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଜିଲ୍ଲାରେ ଏବେ ଯଦିଓ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି କିନ୍ତୁ ସମ୍ପୂର୍ଣ୍ଣ ଭାବେ ଏହି ଜିଲ୍ଲାଗୁଡିକରେ ମାଓମୁକ୍ତ ହୋଇପାରିନାହିଁ। ପ୍ରତି ମୂହୂର୍ତ୍ତରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସୁରକ୍ଷାବଳ ଜୀବନକୁ ପାଣି ଛଡାଇ କାର୍ଯ୍ୟ କରୁଛନ୍ତି। ଜିଲ୍ଲାଗୁଡିକରେ ରହିଥିବା ୫୦ରୁ ଅଧିକ ଥାନା, ବିଏସଏଫ, ଆଇଆରବି ବାଟାଲିୟନ ଓ ଓଏସଏପି ବାଟାଲିୟନ ଅଧୀନରେ ରହିଥିବା ପରିବହନ ସହ ଅନ୍ୟ ଗାଡି ସବୁ ଏହିଠାରେ ମରାମତି ହୋଇଥାଏ। ପୂର୍ବରୁ ଏହି କାର୍ଯ୍ୟଳୟରେ ସୁରକ୍ଷା ଦାୟିତ୍ବରେ କାର୍ଯ୍ୟ କରୁଥିବା ସମସ୍ତ ଗାଡିର ସବୁ କାର୍ଯ୍ୟ ଏହିଠାରେ ହେଉଥିଲା। ଏବେ କେବଳ ଗାଡିର ବିଦ୍ୟୁତ କାମ, ଛୋଟମୋଟ ଇଞ୍ଜିନ କାମ, ଚକା କାମ ଓ ଛୋଟମୋଟ ବଡି କାମ ହେଉଥିବାବେଳେ ବଡ କାମ ହୋଇ ପାରୁନି।
/sambad/media/post_attachments/wp-content/uploads/2021/04/IMG_20210324_125414-1024x461.jpg)
ତେବେ ଏଥିରେ ସବୁଠୁ ବଡ ସମସ୍ୟା ହେଉଛି ଏହିଠାରେ ଥିବା ୱାର୍କସପ ପାଇଁ ଘର ନାହିଁ। ଯେଉଁ ଘର ରହିଛି ତାହା କେତେବେଳେ ଯେ ଭୁଷୁଡି ପଡିବ କହିହେବ ନାହିଁ। ୨୦୨୦ରେ ଜାନୁଆରୀରେ ୧୨ଟି ସର୍ଭିସ ହୋଇଥିବାବେଳେ ଫ୍ରେବୁଆରୀରେ ୯ଟି, ମାର୍ଚ୍ଚରେ ୧୧ଟି, ଏପ୍ରିଲରେ ୩, ମେରେ ୭ଟି, ଜୁନରେ ୧୨ଟି, ଜୁଲାଇରେ ୧୨ଟି, ଅଗଷ୍ଟରେ ୧୩ଟି, ସେପ୍ଟେମ୍ବରରେ ୪ଟି, ଅକ୍ଟୋବରରେ ୬ଟି, ନଭେମ୍ବରରେ ୩ଟି ଓ ଡିସେମ୍ବରରେ ୪ଟି ସର୍ଭିସିଂ ହୋଇଛି। ସେହିପରି ଚଳିତ ବର୍ଷ ଜାନୁଆରୀରେ ୮ଟି, ଫ୍ରେବୁଆରୀରେ ୪ଟି ଓ ମାର୍ଚ୍ଚ ମାସରେ ୩ଟି ସର୍ଭିସିଂ ହୋଇଛି।
/sambad/media/post_attachments/wp-content/uploads/2021/04/IMG_20210324_125618-1024x461.jpg)
୨୦୧୨ରେ ରାଜ୍ୟର ବିଭିନ୍ନ ୱାର୍କସପ ପାଇଁ ୧୭ଟି ପଦବୀ ମଧ୍ୟରୁ ୧୬ଟି ପଦବୀ ପୂରଣ ହୋଇଥିବାବେଳେ ଗୋଟିଏ ପଦବୀ ଖାଲି ପଡିଥିଲା। ଏହିଠାରେ ଏବେ ବିଭିନ୍ନ ପଦବୀ ପାଇଁ ୪ ଜଣ ରହିଥିବାବେଳେ ପୂର୍ବରୁ ଏହିଠାରେ ରହିଥିବା ଜଣେ କର୍ମଚାରୀ ଭବାନୀପାଟଣାରେ ରହିଥିବା ମିନି ୱାର୍କସପକୁ ଡେପୁଟିସନରେ ରହିଥିବା ଜଣାପଡିଛି। ଗୋଟିଏ ପଟେ ୨୦୧୨ରୁ ନୂଆ ପଦବୀ ସୃଷ୍ଟି ହେଉ ନ ଥିବାବେଳେ କର୍ମଚାରୀଙ୍କ ଅବସର ହେତୁ ପଦବୀ ଖାଲି ବୃଦ୍ଧି ପାଉଛି।
ଖତ ଖାଉଛି ଦଙ୍ଗା ନିୟନ୍ତ୍ରଣ ଗାଡି*
ତିନିବର୍ଷରୁ ଅଧିକ ଦିନ ହେବ ଏହି କାର୍ଯ୍ୟଳୟରେ ପଡିଛି ଦଙ୍ଗା ନିୟନ୍ତ୍ରଣ ଗାଡି। ଏହି ୬ ଚକିଆ ଗାଡିରୁ ନମ୍ବର ପ୍ଲେଟ ଲିଭିଯାଇଥିବାବେଳେ ବ୍ୟାଟେରୀ ଓ ଅନ୍ୟ ଜିନିଷ ମଧ୍ୟ ନଷ୍ଟ ହୋଇଗଲାଣି। ଦୀର୍ଘ ତିନିବର୍ଷରୁ ଏହି ଗାଡିଟି କାର୍ଯ୍ୟଳୟରେ ପଡିଥିବାବେଳେ ଏହାକୁ କାହିଁକି ସୁରକ୍ଷିତ ଭାବେ ରଖାଯାଉନି ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ଲକ୍ଷାଧିକ ଟଙ୍କାର ଏହି ଗାଡିକୁ କାହିଁକି ସୁରକ୍ଷିତ ଭାବେ ରଖାଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି। ଯଦି କେଉଁଠି ଅପ୍ରିତିକର ପରିସ୍ଥିତି ଉପୁଜେ ଏହି ଗାଡି କ’ଣ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବ କି ବୋଲି ପ୍ରଶ୍ନ ଉଠିଛି।
Follow Us