ଗୁଣି ଗାରେଡ଼ି ରୋକିବା ନିମନ୍ତେ କର୍ମଶାଳା

ଗୁଣି ଗାରେଡ଼ି ରୋକିବା ନିମନ୍ତେ କର୍ମଶାଳା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବୁଧବାର ଗୁଣିଗାରେଡି, ଡାହାଣୀ ପ୍ରଥା ଓ ଅନ୍ଧବିଶ୍ବାସକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଯୋଗ ଦେଇଥିଲେ।

ଆଇନଜୀବୀ କୁମୁଦ ହୋତ ଡାହାଣୀ ପ୍ରଥା ନିରାକରଣ ଆଇନ ୨୦୧୩ ତଥା ବିଭିନ୍ନ ଧାରା ଓ ଦଣ୍ଡବିଧାନ ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସମାଜ ମଙ୍ଗଳ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଶିଶୁ ଯତ୍ନୀ ଅନୁଷ୍ଠାନ, ସ୍ବଧାରଗୃହ, ପରିବାର ପରାମର୍ଶ କେନ୍ଦ୍ରର କର୍ମକର୍ତ୍ତା ଯୋଗ ଦେଇ ଗୁଣିଗାରେଡି ଓ ଡାହାଣୀ ସନ୍ଦେହ ଭଳି କୁପ୍ରଥାକୁ ବିଲୋପ କରିବା ନିମନ୍ତେ ବିଭିନ୍ନ ସ୍ତରରେ ସଚେତନତାର ଆବଶ୍ୟକତା ଅଛି ବୋଲି ମତପ୍ରକାଶ କରିଥିଲେ। କର୍ମଶାଳାକୁ ସମାଜ କଲ୍ୟାଣ ଅଧିକାରୀ ସୁଶ୍ରୀ ମନକୁମାରୀ ଲେମ୍ବୋ ପରିଚାଳନା କରିଥିଲେ। ଜିଲ୍ଲା ସଂଯୋଜକ ରଂଜନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe