ସାହିତ୍ୟ ଘର ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ

Advertisment
ସାହିତ୍ୟ ଘର ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ

Sambad

ମାଲକାନଗିରି: ମାଲକାନଗିରିର ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ସ୍ଥାନୀୟ ଦଣ୍ଡକାଳୀ ମନ୍ଦିର ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ଡଃ. ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନ ଅଧିକାରୀ ଜଗନ୍ନାଥ ବିଷୋୟୀ ଯୋଗ ଦେଇଥିଲେ। ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ ସାହିତ୍ୟ ଘର ରାଜ୍ୟ ଶାଖାର ନିଷ୍ପତ୍ତି ଅନୁଯାୟୀ ଆଜି ବିଶ୍ବ ପରିବେଶ ଦିବସ ଠାରୁ ଆସନ୍ତା ଅଗଷ୍ଟ ୧୮ ସ୍ବାଭିମାନ ଦିବସ ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ଆୟୋଜିତ ହେବ। ଏହି ସମୟରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯିବା ପାଇଁ ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ନିଷ୍ପତ୍ତି ନିଆଯାଇଛି।

publive-image Sambad

ଆଜି ପ୍ରଥମ ଦିନରେ ଦଣ୍ଡକାଳୀ ମନ୍ଦିରିରେ ପ୍ରାୟ ୧୦ଟି ବୃକ୍ଷରୋପଣ କରାଯାଇଥିଲା। ପ୍ରବଳ ଗରମ ଅନୁଭୁତ ହେଉଥିବାରୁ ବୃକ୍ଷଗୁଡିକ ମରିଯିବାର ଭୟ ରହିଥିବାରୁ ବର୍ଷା ଆସିବା ପରେ ପୁଣି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଦଣ୍ଡକାଳୀ ମନ୍ଦିର ତରଫରୁ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଉପସ୍ଥିତ ଶତାଧିକ ଜନସାଧାରଣ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀମାନେ ଆଗାମୀ ଦିନରେ ନିଜେ ଗଛ ଲଗାଇବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇ ବୃକ୍ଷରୋପଣ କରିବେ ବୋଲି ଶପଥ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସୁରାନା, ସୂର୍ଯ୍ୟ ସାହୁ, ସିମାଞ୍ଚଳ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ଖଟେଇ, ଅଶୋକ ନାୟକ, ଲଳିତା ହରିଜନ, ବନପାଳ ଜ୍ୟୋତିମେରୀ ସ୍ବରପାରଣୀ, ବନରକ୍ଷକ ଏ.ପିଙ୍କି ରାଓ, ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ତାରକ ମଣ୍ଡଳ, ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ଗୁରୁପଦ ମଣ୍ଡଳ, ଗୁରୁପଦ ସରକାର, ପଙ୍କଜ ନାୟକ, ପ୍ରତିମା ନାୟକ, ମାଣିକଲାଲ ଚକ୍ରବର୍ତ୍ତୀ, ଶ୍ରୀନିବାସ ପାତ୍ର, ରବି ସାହୁ, ଗକୁଳାନନ୍ଦ ପାତ୍ର, ଗୌତମ ନାୟକ, ହରିସ ରୁପାଲ, ହେମନ୍ତ ମହାରଣା, ସମ୍ପାଦକ ସୁକାନ୍ତ କୁମାର ସାହୁ‌ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe