ବିଶ୍ବ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମାଧାନ ଉପରେ ଗୁରୁତ୍ବ

Advertisment

୧୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

୧୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ବିଶ୍ବ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମାଧାନ ଉପରେ ଗୁରୁତ୍ବ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ବିଜାଖମନ ମେଗା ନର୍ସରିଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଋଷିକେଶ ଖିଲାରୀ ଦ୍ୟାନଦେଓ, ଡିଏଫ୍‌ଓ ନୀତୀଶ କୁମାର, କେନ୍ଦୁଲିଫ୍ ଡିଏଫ୍‌ଓ ରଞ୍ଜିତ ମଲ୍ଲିକ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ୧୪ଟି ବ୍ଲକ୍‌ରୁ ୧୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିବେଶ ଦିବସରେ ଅତିଥିମାନେ ଯୋଗଦେଇ ପ୍ଲାଷ୍ଟିକ ପ୍ରଦୂଷଣ ସମାଧାନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଆଗଲପୁର ବ୍ଲକ୍‌ର ଲୋକନାଥ ମେହେର, ବଙ୍ଗୋମୁଣ୍ଡାର ସାଇ ପ୍ରସାଦ ସାହୁ, ବେଲପଡ଼ାର ସୁନିତା ପ୍ରଧାନ, ବଲାଙ୍ଗୀରର ସତ୍ୟ ସୁନ୍ଦର ଭଞ୍ଜ, ଦେଓଗାଁର ସୁନୀଲ ମହାନ୍ତି, ଗୁଡ଼ଭେଲାର ଗୋକୁଳ ମିର୍ଦ୍ଧା, ଖପ୍ରାଖୋଲର ସୁଜିତ ଶତପଥୀ, ଲୋଇସିଂହାର ସାଇ ସନ୍ତ ପଟେଲ, ମୁରିବାହାଲର ଜଗନ୍ନଥ ମେହେର, ପାଟାଣାଗଡ଼ର ତ୍ରିଲୋଚନ ସାହୁ, ପୁଇନ୍ତଳାର ସତ୍ୟ ନାରାୟଣ ହୋତା, ସଇନ୍ତଳାର ସୁରେନ୍ଦ୍ର ସ୍ବାଇଁ, ଟିଟିଲାଗଡ଼ର ତ୍ରିରଥ ଗଡ଼ତ୍ୟା, ତୁରେକେଲାର ଡୋଳାମଣି ମହଟାଙ୍କୁ ବିଶ୍ବ ପରିବେଶ ଦିବସରେ ପ୍ରକୃତିବନ୍ଧୁ ପୁରସ୍କାର ଦିଆଯାଇଥିଲା। ପରିବେଶ ସୁରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା, ପାରମ୍ପରିକ ଜଳାଶୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। କାର୍ଯ୍ୟକ୍ରମରେ ବଲାଙ୍ଗୀର ରେଞ୍ଜର କେଶବ କିଶୋର ନାୟକଙ୍କ ସହ ସମସ୍ତ ବନଖଣ୍ଡ ଅଧିକାରୀ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe