ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Advertisment

ପ୍ରଥମଦିନରେ ୩୦ଟି ବୃକ୍ଷ ରୋପଣ କରାଗଲା

ପ୍ରଥମଦିନରେ ୩୦ଟି ବୃକ୍ଷ ରୋପଣ କରାଗଲା

ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସଭାପତି ତିମିର ଋଞନ ପଣ୍ଡାଙ୍କ ପୌରାହିତ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ ସମ୍ବନ୍ଧରେ ମହିଳା ମହାବିଦ୍ୟାଳୟଠାରେ ଏକ ସଚେତନତା ସଭା କରାଯାଇଥିଲା । ଉକ୍ତ ସଭାରେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡ. ଦିଗମ୍ବର ଗିରି ମାର୍ଗଦର୍ଶକ ଭାବେ ଯୋଗଦେଇ ପରିବେଶ ଉପରେ ଏକ ସୁନ୍ଦର ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ ଏବଂ ପରିବେଶର ବଦଳୁଥିବା ରୂପ ରଙ୍ଗ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ ।

ସଭାପତି ତିମିର ରଞନ ପଣ୍ଡା ବିଶ୍ୱ ପରିବେଶ ଦିବସ ପାଳନ କରିବାର ଉଦେ୍ଦଶ୍ୟ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଅଧ୍ୟାପକ ବିଜୟ କୁମାର ରାମ ପରିବେଶ ଓ ପରିସଂସ୍ଥା ଉପରେ ଗ୍ରାମବାସୀଙ୍କୁ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ଏହି ଅବସରରେ ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘରର ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ବ୍ୃକ୍ଷ ରୋପଣ କରାଯାଇଥିଲା ।ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ବ୍ୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ । ଏଥିରେ ମୀତା ମହାନ୍ତ,ମାନସ ଦାସ,ସାର୍ଥକ ପଣ୍ଡା,ଜଗନ୍ନାଥ ମାର୍ଣ୍ଡି, ଅର୍ଚ୍ଚନା ମହାନ୍ତ,ସୁମନ ସାହୁ,କୁନମୁନ ମହାନ୍ତ,ଗୀତା ବେହେରା, ବବିତା ମହାନ୍ତଙ୍କ ସମେତ ଅନ୍ୟମାନେ ସହେଯାଗ କରିଥିଲେ । ଏଥିରେ ମୋଟ୍ ୩୦ଟି ବ୍ୃକ୍ଷ ରୋପଣ କରାଯାଇଥିଲା । ଶେଷରେ ସଂଯୋଜକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe