ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ 

Advertisment
ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ 

Representational image

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମର ଆଜି ଜଣେ ଯୁବକଙ୍କ ସ‌ନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଗ୍ର‌ାମର ଜଣେ କ୍ବାକ୍‌ ଭୁଲ ଇଞ୍ଜେକସନ୍‌ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତକ ହେଲେ ବିଜୟନଗର ଗ୍ରାମର ଅରୁଣ ସ୍ବାଇଁ (୨୭)।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିଜୟ ମଙ୍ଗଳବାର ତାଙ୍କ ଗ୍ରାମ ନିକଟରେ କୌଣସି କାରଣରୁ ବାଇକ୍‌ରୁ ଖସି ପଡ଼ିଥିଲେ। ପରେ ତାଙ୍କୁ ପରିବାର ଲୋକ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିଲେ। କିନ୍ତୁ ଆଜି ସକାଳେ ଅରୁଣ ଗ୍ରାମରେ ଥିବା ହଳଧର ସାହୁଙ୍କ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଶ୍ରୀ ସାହୁ ଅରୁଣଙ୍କୁ ଇଞ୍ଜେକ୍‌ସନ ଦେଇଥିଲେ। ଇଞ୍ଜେକସନ୍‌ ଦେବା ପରେ ଅରୁଣଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏନେଇ ପରିବାର ଲୋକ ଶ୍ରୀ ସାହୁଙ୍କୁ ଦାୟୀ କରିଛନ୍ତି। ସେ ଭୁଲ ଇଞ୍ଜେକ୍‌ସନ ଦେବାରୁ ଅରୁଣଙ୍କ ମୃତ୍ୟୁ ଘଟିଥିବା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଶ୍ରୀ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe