ପ୍ରଶାସନର କଡ଼ା ଅଭିମୁଖ୍ୟ: ବିନା ମାସ୍କଧାରୀଙ୍କ ଠାରୁ ୧୧ହଜାର ୫ଶହ ଜୋରିମାନା

Advertisment
ପ୍ରଶାସନର କଡ଼ା ଅଭିମୁଖ୍ୟ: ବିନା ମାସ୍କଧାରୀଙ୍କ ଠାରୁ ୧୧ହଜାର ୫ଶହ ଜୋରିମାନା

Sambad

ଜୟପୁର: ଗତ ଦୁଇ ଦିନ ଧରି ଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ହେମକାନ୍ତ ସୟ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଆଇଆଇସି ବାଲେଶ୍ବର ଗିଦ୍ଧି ପ୍ରମୁଖ ସହରର ବିଭିନ୍ନ ଛକ ବଜାରରେ ମାଇକ ଯୋଗେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପ୍ରଚାର କରିଥିଲେ।

ଗତକାଲି ରାତିରେ ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ଆଇଆଇସି ପ୍ରମୁଖ ସହରର ବିଭିନ୍ନ ଛକ ବଜାରରେ ଛକି ରହି ବିନା ମାସ୍କଧାରୀ ଅମାନିଆଙ୍କୁ ଧରି ଜୋରିମାନା ଆଦାୟ କରିଥିଲେ। ଗତକାଲି ରାତିରେ ୧୧ହଜାର ୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe