ଜୟପୁର : ଜୟପୁର ସିୱାଇଏ ପକ୍ଷରୁ ଜେଇଏଲସି ଜୁଭିଲି ଗ୍ରାଉଣ୍ଡ ଠାରେ ଚାଳିଥିବା ଏକ୍ସମାସ ଫୁଟବଲ ଟୁର୍ନାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଏକମ୍ବା ଦଳ ଡଙ୍ଗରଦେବୀ ଦଳକୁ ୧-୦ରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ୨ୟ ମ୍ୟାଚଟି କୋରାପୁଟ କୁମ୍ଭା ସହ ମକାପୁଟ ଦଳ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ପେନାଲଟି ସୁଟ୍ ଆଉଟରେ ମକାପୁଟ ଦଳ ୫-୪ରେ ବିଜେତା ହୋଇଥିଲେ। ଏଥିରେ ରେଫରୀ ଭାବେ ସପନ କୁମାର ନାଗ, ଜୋନ ହରିଜନ, ଡ୍ୟାଭିଡ୍ ସୁନା ଓ ସିତେଶ ଗୋଲରୀ ଖେଳ ପରିଚାଳନା କରିଥିଲେ। ଏଥିରେ ଅତିଥି ଭାବେ ଚିତ୍ତରଂଜନ ପାତ୍ର, ସୀତାରାମ, ସବିତ ଧାନପୁଲ ଯୋଗ ଦେଇଥିଲେ । ପ୍ରତିଯୋଗିତାକୁ ଜୋନ ହରିଜନ, ଯୁଗୋଳ ନାଗ, ରବି ଗରଡ଼ା, ରାଜିବ , ବାବୁନୁ ଅନକା, ପ୍ରମୁଖ ପରିଚାଳନା କରିଥିଲେ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/12/jpr-footbal-tournment-1.jpg)