କରୋନା କାଳରେ ଚିନ୍ତା ବଢାଇଲା ‘ୟାସ୍‌’

Advertisment

ସବୁ ‌‌କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ପହଞ୍ଚିଲା ଔଷଧ, ଅକ୍ସିଜେନ୍‌, ପାଣି, ଖାଦ୍ୟ

ସବୁ ‌‌କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ପହଞ୍ଚିଲା ଔଷଧ, ଅକ୍ସିଜେନ୍‌, ପାଣି, ଖାଦ୍ୟ

ଦଶହରା ପରେ ବାତ୍ୟା! ପୁରୀରୁ ପାରାଦୀପ ମଧ୍ୟରେ ମାଡ଼ ହେବ

The Hans India

କଟକ: କରୋନା କାଳରେ ଚିନ୍ତା ବଢାଇଛି ବାତ୍ୟା ‘ୟାସ୍‌'। ଏହାର କିପରି ମୁକାବିଲା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ଏସ୍‌ସିବି ସମେତ ୮ଟି ଘରୋଇ କୋଭିଡ୍‌ ହସ୍ପିଟାଲ, ଗ୍ରାମାଞ୍ଚଳର ୯ଟି ଓ ସହରର ୫ଟି ସିସିସି ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ, ୭ହଜାର ଅକ୍ସିଜେନ ସିଲିଣ୍ଡର, ୪/୫ଦିନର ଖାଦ୍ୟ ବ୍ୟବସ୍ଥା, ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ପାଣି ଟାଙ୍କି, ପାୱାର ବ୍ରେକ୍‌ଅପ୍ ସିଷ୍ଟମ୍‌, ଡିଜି ସେଟ୍‌ ଇତ୍ୟାଦି ମହଜୁଦ୍‌ ରଖାଯାଇଛି। ସମସ୍ତ ସ୍ଥାନକୁ ମଧ୍ୟ ଏସବୁ ପହଞ୍ଚାଇ ଦିଆଯାଇଥିବା ବେଳେ ଏସ୍‌ସିବି ସମେତ ସମସ୍ତ ସିସିସି ଓ ହସ୍ପିଟାଲକୁ ସିଲିଣ୍ଡର ଯୋଗାଣ କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଲେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଜୀବନରକ୍ଷାକାରୀ ଔଷଧ, ସମସ୍ତ ବ୍ଲକ୍‌ରେ ୨୪ଘଣ୍ଟିଆ  କଂଟ୍ରୋଲ ରୁମ୍‌ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।

ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଜିଲ୍ଲାରେ 'ୟାସ୍‌' ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ଭିଡିଓ କନ୍‌ଫରେନ୍ସ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ। କଟକ ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରାଯାଇ ସମ୍ଭାବ୍ୟା 'ୟାସ୍' ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାର ମାଲଗୋଦାମଠାରେ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ୍‌ ସଂପର୍କରେ ଯୋଗାଣ ବିଭାଗ ପକ୍ଷରୁ ଷ୍ଟକ୍‌ ଯାଂଚ କରାଯାଇ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଛି। କଟକ ସହର ଓ ଜିଲ୍ଲାରେ ୨୬ ହଜାର ଲିଟର କିରାସିନ ମହଜୁଦ୍‌ ରଖାଯାଇଛି। ଯଦି କୌଣସି ଠାରେ କିଛି ଅସ୍ବାଭାବିକ ପରିସ୍ଥିତି ଉପୁଜେ ତାହେଲେ ତୁରନ୍ତ ସେହି ସ୍ଥାନରେ ସ୍ଥିତି ଅନୁସାରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାରେ କରୋନା ମୁକାବିଲା ପାଇଁ ଯାହାକିଛି ଆବଶ୍ୟକ ପଦକ୍ଷେପ ଦରକାର ସବୁର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା କୋଭିଡ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଅନ୍ୟପଟେ ବର୍ଷା ଓ ବାତ୍ୟାରେ ସ୍ଥାନାନ୍ତର କରାଯିବାକୁ ଥିବା ବ୍ୟକ୍ତି ମାନଙ୍କର ଆଣ୍ଟିଜେନ୍ ପରୀକ୍ଷା ପ୍ରଥମେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ସେଥିରେ କାହାର ପଜିଟିଭ୍ ରିପୋର୍ଟ ଆସେ ତେବେ ସେମାନଙ୍କ ଅଲଗା ରଖିବାକୁ ପଦକ୍ଷେପ ନିଆଯିବ। ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏନଡିଆରଏଫ୍, ଅଗ୍ନିଶମ ବିଭାଗ ତଥା ଅନ୍ୟ କର୍ମଚାରୀଙ୍କ ପାଇଁ ପିପିଇ କିଟ୍ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନି‌ଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe