ସିଆର୍‌ପିଏଫ୍ ପାଳିଲା ଯୋଗ ଦିବସ

ସିଆର୍‌ପିଏଫ୍ ପାଳିଲା ଯୋଗ ଦିବସ

ସମ୍ବଲପୁର: ହୀରାକୁଦ ଜବାହର ଉଦ୍ୟାନ ପରିସରରେ ସିଆର୍‌ପିଏଫ୍ ଗ୍ରୁପ୍ ସେଣ୍ଟର, ସମ୍ବଲପୁର ପକ୍ଷରୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସିଆର୍‌ପିଏଫ୍ ଉପମହାନିରୀକ୍ଷକ ଲାଲଚନ୍ଦ ଯାଦବଙ୍କ ତତ୍ତ୍ବାବଧାନରେ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମକୁ ଆର୍ଟ ଅଫ୍ ଲିଭିଂର ସଭ୍ୟମାନେ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରୁପ୍ ସେଣ୍ଟରର ଅଧିକାରୀ, କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ଏହି ଅବସରରେ ଉପମହାନିରୀକ୍ଷକ ଶ୍ରୀ ଯାଦବ ତାଙ୍କ ସଂକ୍ଷିପ୍ତ ଭାଷଣରେ କହିଲେ, ଯୋଗ ଦ୍ବାରା ଶରୀର ସୁସ୍ଥ ରହିବା ସହିତ ମାନସିକ ଓ ଶାରୀରିକ କ୍ଷମତା ବଢ଼ିଥାଏ। ତେଣୁ, ସମେସ୍ତ ନିୟମିତ ଯୋଗାଭ୍ୟାସ କରିବା ଉଚିତ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe