ବାରିପଦା ଆଇଟିଡିଏ କାର୍ଯ୍ୟାଳୟ; ଅଫିସ୍ ପରିସରରେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ, ଯୁବ ଠିକାଦାର ଗିରଫ

ବାରିପଦା ଆଇଟିଡିଏ କାର୍ଯ୍ୟାଳୟ; ଅଫିସ୍ ପରିସରରେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ, ଯୁବ ଠିକାଦାର ଗିରଫ

ବାରିପଦା: ପୁଣି ବିବାଦକୁ ଆସିଛି ବାରିପଦା ଆଦିବାସୀ ଉନ୍ନୟନ ସମନ୍ୱୟ ସଂସ୍ଥା(ଆଇଟିଡିଏ) କାର୍ଯ୍ୟାଳୟ। ଆଜି ସ୍ପଷ୍ଟ ଦିବାଲୋକରେ ଏହି କାର୍ଯ୍ୟାଳୟ ପରିସରରେ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରି ଗିରଫ ହୋଇଛନ୍ତି ଜଣେ ଯୁବ ଠିକାଦାର। କୌଣସି କାରଣରୁ ସହକାରୀ ଯନ୍ତ୍ରୀ ଲମ୍ବୋଦର ମାଝୀଙ୍କୁ ଠିକାଦାର ବିଶ୍ଵଜିତ ହାୱଡ଼ା ଆଇଟିଡିଏ ଅଫିସ୍ ଭିତରେ ଆକ୍ରମଣ କରିଥିଲେ। ଏନେଇ ପୁଲିସକୁ ସୂଚନା ଦେଇଥିଲେ ବାରିପଦା ପିଏ ଆଇଟିଡିଏ।

ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବିଶ୍ବଜିତକୁ ଗିରଫ କରିଥିଲେ। ପରେ ଏନେଇ ସହକାରୀ ଯନ୍ତ୍ରୀ ଶ୍ରୀ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଗିରଫ ବିଶ୍ବଜିତ ମଧ୍ୟ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ନାମରେ ଥିବା ବିଲକୁ ସେ ଆତ୍ମସାତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେ।

publive-image ସହକାରୀ ଯନ୍ତ୍ରୀ ଲମ୍ବୋଦର ମାଝୀ

ଉଲ୍ଲେଖଯୋଗ୍ୟଯେ ଗିରଫ ଅଭିଯୁକ୍ତ ଜଣଙ୍କ ଠିକାଦାରୀ କରନ୍ତି। ମିଳିଥିବା ସୂଚନା ଅନୁସାରେ ଜାହିରା କାମ କରିଥିବା ପ୍ରାୟ ୩ ଲକ୍ଷ ଟଙ୍କାର ବିଲ୍ ବାକି ଥିଲା। ଯାହାକୁ ସହକାରୀ ଯନ୍ତ୍ରୀ ହଡ଼ପ୍ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସେ ଉକ୍ତ ଯନ୍ତ୍ରୀଙ୍କୁ ପଚାରିବାରୁ ବଚସା ହୋଇଥିବା ଗିରଫ ବିଶ୍ବଜିତ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ଠିକାଦାରଙ୍କ ବିଲ୍କୁ ଯନ୍ତ୍ରୀମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବରୁ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଆଜି ପୁନର୍ବାର ସମାନ ଅଭିଯୋଗ ଆଣିଛନ୍ତି ଜଣେ ଠିକାଦାର। ତେବେ କାର୍ଯ୍ୟ କ୍ଷେତ୍ରରେ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ପୁଣି ଥରେ ବିବାଦ ଘେରକୁ ଆସିଛି ବାରିପଦା ଆଇଟିଡିଏ କାର୍ଯ୍ୟାଳୟ। ଏଠାରେ ଯେ ଦୁର୍ନୀତି ଚରମ ସୀମାରେ ରହିଛି ତାହା ପୁନର୍ବାର ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe