ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଯୁବ ଚାଷୀ ମୃତ

Advertisment
ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଯୁବ ଚାଷୀ ମୃତ

କାଳୀପଦା: ବାଲେଶ୍ବର ଜିଲ୍ଲା ବାଲିଆପାଳ କରଞ୍ଜ ଗ୍ରାମର ଯୁବ ଚାଷୀ କାହ୍ନୁ ଚରଣ ହାଜିରା(୪୫) ଚାଷ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମୃତ୍ୟୁ ହୋଇଛି। ସୂଚନା ମୁତାବକ, କାହ୍ନୁ ଆଜି ବିଲରେ ପାଣି ମଡ଼େଇବାକୁ ଯାଇଥିଲେ। ବିଦ୍ୟୁତ୍‌ ଖୁଣ୍ଟକୁ ଟେକି ବିଲ ପାର୍ଶ୍ବକୁ ନେଉଥିବା ବେଳେ ଖୁଣ୍ଟଟି ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ କାହ୍ନୁ ଏଥିରେ ଚାପି ରହି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe