ବାଲେଶ୍ୱର: ଚାଷ କରୁଥିବା ବେଳେ ଜମିରେ ଟଳି ପଡ଼ିଲେ ଚାଷୀ

ବାଲେଶ୍ୱର: ଚାଷ କରୁଥିବା ବେଳେ ଜମିରେ ଟଳି ପଡ଼ିଲେ ଚାଷୀ

ବାଲେଶ୍ୱର: ଚାଷ କରୁଥିବା ବେଳେ ମଙ୍ଗଳବାର ଜଣେ ଚାଷୀଙ୍କର ବିଲରେ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଜାମୁଡିହା ପଂଚାୟତ ଅନ୍ତର୍ଗତ ଗୁଡ଼ିଶୁଳ ଗ୍ରାମର ନିର ନାୟକ (୩୫) ଆଜି ନିଜ ଜମିରେ ଚାଷ କାମ କରୁଥିଲେ। ଏହି ସମୟରେ ସେ ହଠାତ୍‌ ଚେତାଶୂନ୍ୟ ହୋଇ ଯାଇଥିଲେ। ନିର ଚେତାଶୂନ୍ୟ ହୋଇଯିବା ଫଳରେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନିରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମାତ୍ର କେଉଁ କାରଣରୁ ନିରଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe