ନାବାଳିକା ଉଦ୍ଧାର; ଅପହର୍ତ୍ତା ଫେରାର

ନାବାଳିକା ଉଦ୍ଧାର; ଅପହର୍ତ୍ତା ଫେରାର

Shutterstock

ବାଲିଅନ୍ତା: ଏପ୍ରିଲ ୧ ତାରିଖ  ମଧ୍ୟ ରାତ୍ରିରେ ଅପହୃତ ଜଣେ ୧୭ ବର୍ଷୀୟା ନାବାଳିକାକୁ ସରକଣା ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ନିରୋଧ କମିଟି ଉଦ୍ଧାର କରି ରୁଚିକା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ତେବେ କମିଟିର ଚଢ଼ଉ ସଂପର୍କରେ ପୂର୍ବରୁ ଖବର ପାଇ ଅପହର୍ତ୍ତା ଯୁବକ ଗ୍ରାମରୁ ଫେରାର ହୋଇଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ନାବାଳିକାଙ୍କୁ ଅପହରଣ କରି ଆଣି ନିଜର ଘରେ ରଖିଥିବା ଯୁବକଙ୍କ ପରିବାର ଲୋକ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ତା’ପୂର୍ବରୁ ଉଭୟ ବାଳକାଟି ଓ ବାଲିଅନ୍ତା ଥାନା ପୁଲିସ ସହାୟତାରେ ବାଲି ବିବାହ ନିରୋଧ କମିଟ ସଂପୃକ୍ତ ଗ୍ରାମରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଖବର ପାଇ ସାମନ୍ତରାପୁର ସ୍ଥିତ ରୁଚିକା ଚାଇଲ୍ଡ ଲାଇନ ସଂସ୍ଥାର ଦୁଇଜଣ କର୍ମୀ ପହଞ୍ଚିବା ପରେ ନାବାଳିକାଙ୍କୁ ହସ୍ତାନ୍ତର କରାଯାଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ ଅନ୍ଧୋଟି ଗ୍ରାମର ଜଣେ ୨୭ ବର୍ଷର ଯୁବକ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା। ଏନେଇ ପରିବାର ଲୋକ ଉଭୟ ପଞ୍ଚାୟତ ବେଣ୍ଟପୁର ଓ ସରକଣା ବାଲି ବିବାହ ନିରୋଧ କମିଟିରେ ଜଣାଇଥିଲେ। ଅଭିଯୋଗ ପାଇ କମିଟିର ପ୍ରମୁଖ କାର୍ଯ୍ୟକର୍ତ୍ତା ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡ଼ ସଭ୍ୟ ଏବଂ ଦୁଇ  ପଞ୍ଚାୟତର ସରପଞ୍ଚ ପ୍ରମୁଖ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ଅପହରଣ କରି ଆଣି ଆଜି ରାତିରେ ବିବାହ ପାଇଁ ଚକ୍ରାନ୍ତ ଚଳାଇଥିଲା। ହେଲେ ତା’ ପୂର୍ବରୁ ଚାଇଲ୍ଡଲାଇନ କର୍ମୀ ସେଠାରେ ପହଞ୍ଚି ନାବାଳିକାଙ୍କୁ ନିଜ ହେପାଜତକୁ ନେଇଥିଲେ। ହେଲେ ଉଦ୍ଧାର ନାବାଳିକାଙ୍କୁ ତାଙ୍କ ବାପା ମା’ ଆଉ ସାଙ୍ଗରେ ନେଇନଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସଂସ୍ଥା ପରାମର୍ଶକ୍ରମେ ନାବାଳିକାଙ୍କୁ କୌଣସି ଡେଲପଲାଇନରେ ଛାଡ଼ି ଦିଆଯିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe