ବିଷପାନ କରି ଯୁବତୀଙ୍କ ଆତ୍ମହତ୍ୟା

Advertisment
ବିଷପାନ କରି ଯୁବତୀଙ୍କ ଆତ୍ମହତ୍ୟା

NDTV

ଗାଇସିଲାଟ୍‌: ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ଥାନା ବୁରୋମୁଣ୍ଡା ଗ୍ରାମର ଜନୈକା ଯୁବତୀ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ମୃତା ଯୁବତୀ ଜଣକ ହେଲେ ରୀତା ମାଝୀ (୨୧)। ରୀତା ମଙ୍ଗଳବାର ରାତିରେ ଘରଲୋକେ ସମସ୍ତେ ଖାଇସାରିବା ପରେ ସେ ବିଷ ପିଇ ଦେଇଥିଲେ। ରାତି ୨ଟା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ ଗାଇସିଲାଟ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ରେଫର କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ବ୍ୟବଚ୍ଛେଦ ପରେ ଶବକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଗାଇସିଲାଟ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe