ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment
ଭୟ..... ଅପମାନ‌...: ରଶିରେ ଝୁଲିପଡ଼ିଲେ ଦୁଇ ଝିଅ

Photo: Representative

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ବାବାଜୀପଡାସ୍ଥିତ ଗୋଦାମପଡାରେ ରହୁଥିବା ମଧୁ ରାଏଙ୍କ ଝିଅ ଲକ୍ଷ୍ମୀ (୧୯) ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଲକ୍ଷ୍ମୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ପୁଲିସର ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଶନିବାର ମଧ୍ୟ ବାବାଜୀପଡାସ୍ଥିତ ଗୋଦାମପଡାରେ ରହୁଥିବା ମଧୁ ରାଏ ଓ ତାଙ୍କ ସ୍ତ୍ରୀ କାମ କରିବା ପାଇଁ ଯାଇଥିଲେ। ସେମାନେ କାମ କରି ଦ୍ବିପ୍ରହର ୧୨ଟାରେ ନିଜ ଘରକୁ ପହଞ୍ଚିବା ବେଳେ କବାଟ ବନ୍ଦ ରହିଥିଲା। କୌଣସି ମତେ କବାଟ ଖୋଲି ଦେଖିବା ବେଳେ ତାଙ୍କ ଝିଅ ଲକ୍ଷ୍ମୀ ବେକରେ ଓଢ଼ଣି ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେତେବେଳେ ଲକ୍ଷ୍ମୀଙ୍କ ମ୍ରୁତ୍ୟୁ ଘଟି ସାରିଥିବା ଜାଣିଥିଲେ। ପରେ ଏହାକୁ ନେଇ ଲକ୍ଷ୍ମୀର ବାପା ମଧୁ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଲକ୍ଷ୍ମୀର ମ୍ରୁତ ଦେହକୁ ଉଦ୍ଧାର କରାାଇଥିଲା। ଅଭିଯୋଗକୁ ଭକ୍ତି କରି ପାଟଣାଗଡ଼ ପୁଲିସ କେସ ନଂ ୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଥାନାଧିକାରୀ ପ୍ରିୟଙ୍କା ରାଉତରାୟ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe