ପ୍ରେମ ବିଫଳତାରୁ ଆତ୍ମହତ୍ୟାର ବାଟ ବାଛିଲେ: ଯୁବକ ମୃତ, ବିବାହିତା ଗୁରୁତର

Advertisment
କାଜୁ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର; ଗୋଟାଏ ଗାମୁଛାରେ ଝୁଲିଥିଲା ୨ଟି ଶରୀର

The Hans India

ଭଞ୍ଜନଗର: ପ୍ରେମ ବିଫଳ ହେବାରୁ ଆତ୍ମହତ୍ୟାର ବାଟ ବାଛିଥିଲେ ଯୁବକ ଓ ଗଲା ମାସରେ ଅନ୍ୟତ୍ର ବିବାହ ହୋଇଥିବା ବିବାହିତା ମହିଳା। ତେବେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ମହିଳାଜଣକ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୁଳସୀପଲ୍ଲୀ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ବିଶ୍ବନାଥ ସାହୁଙ୍କ ପୁଅ କାହ୍ନୁ ସାହୁ (୨୫) ଚାଉଳ ପୋକମରା ଔଷଧ ଖାଇ ପ୍ରାଣ ହରାଇଛନ୍ତି। ଆଉ ସଂପୃକ୍ତ ମହିଳା ଜଣକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଭଞ୍ଜନଗର ଥାନାରେ କୌଣସି ଅଭିଯୋଗ ଦିଆଯାଇ ନଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, କାହ୍ନୁ ଓ ଉକ୍ତ ମହିଳାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। କିନ୍ତୁ ପରିବାର ଓ ସମାଜ ଭୟରେ ଏସଂପର୍କରେ ସେମାନେ କାହାକୁ କିଛି କହି ନଥିଲେ। ଏହା ମଧ୍ୟରେ ଗତ ମାସ ୨୮ ତାରିଖରେ ଉକ୍ତ ମହିଳାଙ୍କ ବିବାହ ହୋଇଥିଲା। ଏହି ଘଟଣାକୁ କାହ୍ନୁ ସହଜରେ ଗ୍ରହଣ କରିପାରି ନଥିଲେ। ମହିଳାଜଣକ ତାଙ୍କ ବାପଘରକୁ କିଛି ଦିନ ତଳେ ଆସିଥିଲେ। ତେବେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କଣ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ରହସ୍ୟ ଘେରରେ ରହିଛି।
ଗତକାଲି ରାତିରେ କାହ୍ନୁ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍‌ ବାନ୍ତି କରିଥିବା ସାହି ଲୋକ ଦ‌େଖିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କାହ୍ନୁ ଚାଉଳ ପୋକମରା ଔଷଧ ଖାଇଥିବା ଜଣାପଡ଼ିଥିଲା। ସେହିପରି ମହିଳାଜଣକ ମୂଷାମରା ଔଷଧ ଖାଇଥବା ପୁଲିସକୁ କହିଥିବା ବେଳେ ତାଙ୍କ ହାତରେ ଓ ବେକ‌ରେ କଟା ଦାଗ ରହିଥିଲା। ଉଭୟଙ୍କୁ ଭଞ୍ଜନଗର ଡାକ୍ତରଖାନାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। ଆଜି ସକାଳେ କାହ୍ନୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ତେବେ ଏ ସଂର୍ପକରେ ଭଞ୍ଜନଗର ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe