ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଗର୍ଭପାତ କରାଇଥିବା ଅଭିଯୋଗରେ ଯୁବକ ଗିରଫ

ପୂର୍ବତନ କର୍ପୋରେଟର୍‌ଙ୍କ ନାଁରେ ନାବାଳିକା ଦୁଷ୍କର୍ମ ମାମଲା

DNA India

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଅଂଚଳରେ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ପ୍ରେମିକ ପ୍ରତାରଣା କରିଛି। ପ୍ରେମିକାଙ୍କୁ ହତ୍ୟା ଧମକ ଦେଇ ଗର୍ଭପାତ କରାଇବା ଘଟଣାରେ ପ୍ରତାରକ ପ୍ରେମିକ ଅମିତ ସାହୁକୁ ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ମହିଳା(୩୨ବର୍ଷ)ଙ୍କ ସହିତ ସଇନ୍ତଳା ଶିବମନ୍ଦିର ପଡ଼ାର ଅମିତ ସାହୁ ପ୍ରେମ ସମ୍ପର୍କ ରଖିଥିଲା। ଗତ ଜାନୁଆରି ମାସରେ ଟିଟିଲାଗଡ଼ ଯାଇ ସତ୍ୟପାଠ ଜରିଆରେ ଖୁବ୍‌ଶୀଘ୍ର ତାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ପରେ ସଂପୃକ୍ତ ମହିଳା ଜଣକ ଗର୍ଭବତୀ ହେବା ଜାଣିପାରି ଅମିତ ତାଙ୍କୁ କେସିଙ୍ଗା ଡାକ୍ତରଖାନାକୁ ନେଇ ଗର୍ଭପାତ କରାଇଥିଲା। ଘଟଣା ସମ୍ପର୍କରେ କାହାକୁ କହିଲେ ଉକ୍ତ ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ସଇନ୍ତଳା ଥାନା କେସ ନଂ.୨୦୩/୨୧ରେ ମାମଲା ରୁଜୁ କରି ପୁଲିସ ଉଭୟଙ୍କ ଡାକ୍ତରୀମାଇନା ପରେ ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଛି ବୋଲି ଏସ୍‌ଆଇ ପ୍ରସନ୍ନ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe