Representative image
ପାଇକସାହି: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଂଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବରହ୍ମ ଗ୍ରାମର ଦିନବନ୍ଧୁ ପ୍ରଧାନ (୩୫)।
ସୂଚନା ଅନୁସାରେ ଅଭିଯୁକ୍ତ ଦିନବନ୍ଧୁ ପ୍ରଧାନ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରଥମେ ଅପହରଣ କରିଥିଲା। ଏହା ପରେ ତାକୁ ଭୟଭୀତ କରାଇ ଦୁଷ୍କର୍ମ କରିଥିବା ନାବାଳିକାର ମା’ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏସଂକ୍ରାନ୍ତରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରୁଛି।
Follow Us