ବାଲେଶ୍ୱର: ଯୁବକଙ୍କୁ ହାଣି ୩ ଦୁର୍ବୃତ୍ତ ଫେରାର

ଛୁରାମାଡ଼ କରି ମୋଟର ସାଇକେଲ୍‌ ଲୁଟିନେଲେ ଦୁର୍ବୃତ୍ତ

Odisha Bytes

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଗୁରୁବାର ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି। ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅଂଚଳରେ ଆଜି ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଶୋଭାରାମପୁର ରେଲେଓ୍ଵ ଗେଟ୍‌ ନିକଟରେ ଯୁବକ ଜଣକ ଏକାକୀ ଥିବା ବେଳେ ପୂର୍ବରୁ ଯୋଜନା କରିଥିବା ୩ ଜଣ ଯୁବକ ଅଚାନକ ଆକ୍ରମଣ କରିଥିଲେ। ଭାସ୍କରଗଂଜ ଅଂଚଳରେ ଯୁବକ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି।

ଆକ୍ରମଣର ଶିକାର ହୋଇଥିବା ଯୁବକ ବଳରାମ ସେଠୀ (୨୫) ନିକଟରେ ଭଉଣୀର ବାହା ଘର ପାଇଁ ବାଲେଶ୍ୱର ଆସିଥିଲା। ସେ ପ୍ରାୟ ୫ ବର୍ଷ ହେବ ହରିଆଣାରେ କାଠ କାମ କରୁଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଳରାମ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ରିପୋର୍ଟ ଲେଖାଯିବା ବେଳକୁ ବଳରାମକୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡ଼ିଲେ କଟକ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe