ନୟାଗଡ଼: ଲକ୍ଡାଉନ୍ ସମୟରେ ମାଛ କିଣିବାକୁ ଯାଇଥିବା ଜଣେ ଯୁବକ ରଣପୁର ପୁଲିସ ରୋଷର ଶିକାର ହୋଇଛନ୍ତି। ରଣପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ମାଡ଼ରେ ଯୁବକଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ଆସିଛି। ଉକ୍ତ ଯୁବକଙ୍କ ନାମ ସୁଦର ନାହାକ, ତାଙ୍କ ଘର ରଣପୁର ହରିଜନ ସାହି। ଶନିବାର ଦିନ ସେ ମାଛ କିଣିବାକୁ ସ୍ଥାନୀୟ ବଜାରକୁ ଯାଇଥିବା ବେଳେ, ଏଭଳି ଆକ୍ରମଣର ଶିକାର ହୋଇଥିଲେ। ଦେଶୀ ଚିକିତ୍ସାପରେ ସୁଦର ଏବେ ସୁସ୍ଥ ଅଛନ୍ତି। ଲକ୍ଡାଉନ ସମୟରେ ମାଛ ତଥା ପନିପରିବା ଆଣିବାକୁ ଜଣେ ବ୍ୟକ୍ତି ଯାଇପାରିବ। ଏଭଳି ବ୍ୟକ୍ତିଙ୍କୁ ପୁଲିସ ମାଡ଼ ମାରିବାକୁ ସଭିଏଁ ନିନ୍ଦା କରିଛନ୍ତି। ଏହି ଘଟଣାର ସମ୍ପର୍କରେ ଜାଣିବାକୁ ରଣପୁର ଆଇଆଇସିଙ୍କୁ ଫୋନ୍ କରାଯାଇଥିବା ବେଳେ, ସେ ଫୋନ୍ ରିସିଭ୍ କରିନାହାନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us