ମରିଯାଉଛି ମାନବିକତା: ପଣ୍ଡିଚେରୀରେ ପିଏଚ୍‌ଡି କରୁଛନ୍ତି ଯୁବକ, ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଲେ ଲୋକେ

Advertisment
ମରିଯାଉଛି ମାନବିକତା: ପଣ୍ଡିଚେରୀରେ ପିଏଚ୍‌ଡି କରୁଛନ୍ତି ଯୁବକ, ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଲେ ଲୋକେ

ଚନ୍ଦାହାଣ୍ଡି: ଗତ କିଛି ଦିନ ହେଲା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ଗ୍ରାମରେ ଚୋର ଆତଙ୍କ ଦେଖା ଯାଉଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବିଭିନ୍ନ ଗ୍ରାମରେ ଯୁବକମାନେ ରାତିରେ ଗାଁରେ ପହରା ଦେଉଥିବା ନଜର ଆସୁଛି। ତେବେ ରବିବାର ଜଣେ ନିରୀହ ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଛନ୍ତି। ସଂପୃକ୍ତ ଯୁବକଙ୍କୁ ଉଲଗ୍ନ କରିଯାଇଥିବା ଘଟଣାକୁ ନେଇ ଦିନ ତମାମ ଚନ୍ଦାହାଣ୍ଡିରେ ଆଲୋଚନା ହେଉଛି।

ସୂଚନାରୁ ପ୍ରକାଶ ଆଜି ଝରିଗାଁ ବ୍ଲକ ରତାଗଣ୍ଡିଗୁଡା ପଞ୍ଚାୟତ ଅଧିନସ୍ଥ ପୁରଲା ଡୁରକିଗୁଡା ଗ୍ରାମର ବୃନ୍ଦାବନ ସାନ୍ତା ନାମକ ଜୈନେକ ଯୁବକ ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗ୍ରାମର ନିଜ ସାଙ୍ଗକୁ ଦେଖାକରିବାକୁ ଆସିଥିବା ବେଳେ ତାଙ୍କ ବାଇକର ପେଟ୍ରୋଲ ସରିଯିବାରୁ ମୋତିଗାଁ ନିକଟରେ ବିଶ୍ରାମ ନେଇଥିଲେ । ମୋତି ଗାଁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ସେଠାରେ ତମେ କିଏ ବୋଲି ପଚାରିବାରୁ ସେ କିଛି କହିନଥିବାରୁ ଚୋର ବୋଲି ସନ୍ଦେହ କରି ମାଡ ମାରିବା ସହ ତାର ହାତକୁ ପଛପଟୁ ବାନ୍ଧି ଦେବା ସହ ଉଲଗ୍ନ କରି ମୋବାଇଲରେ ଭିଡିଓ କରିଥିଲେ। ଏହାପରେ ଚନ୍ଦାହାଣ୍ଡି ପୁଲିସ ଖବର ପାଇ ତାକୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛି।

ଡାକ୍ତର ସୌମ୍ୟରଂଜନ ସାହୁ ପ୍ରାଥମିକ ଚିକିତ୍ସା କରିବା ପରେ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆରେ ଖବର ପ୍ରଚାର ହେବାପରେ ତାଙ୍କ ବାପା ବୈଦ ସାନ୍ତା ଚନ୍ଦାହାଣ୍ଡି ଡାକ୍ତରଖାନାରେ ପହଞ୍ଚି ଛନ୍ତି। ତାଙ୍କ ବାପାଙ୍କ କହିବା ପ୍ରକାରେ ତାଙ୍କ ପୁଅ ବୃନ୍ଦାବନ ସାନ୍ତା ଏମ୍‌ଏ ପାସ୍ କରିବା ସହ ପଣ୍ଡୁଚେରୀ ୟୁନିଭରସିଟିରେ ପିଏଚଡି କରୁଥିବା ସହ ସେ ଘରେ ମଧ୍ୟ କମ୍ କଥାବାର୍ତ୍ତା କରିଥାନ୍ତି ଓ ସେ ମାନସିକ ବିକୃତ ନୁହେଁ ବୋଲି କହିଛନ୍ତି। ତାଙ୍କ ପୁଅକୁ ଏଭଳି ମାଡ ମାରିବାକୁ ସେ ନିନ୍ଦା କରିବା ସହ ଥାନାରେ ଏତଲା ଦେବେ ବୋଲି କହିଥିବା ବେଳେ ଖବର ଲେଖିବା ପର୍ଯ୍ୟନ୍ତ ଏତଲା ଦେଇନଥିବା ଜଣାପଡିଛି । ତେବେ ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଛି। ତେବେ ଜଣେ ବ୍ୟକ୍ତିଙ୍କୁ ଠିକ୍‌ ଭାବେ ନ ଜାଣି ରାଜରାସ୍ତାରେ ମାଡ଼ ମରାଯିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe