ଯୁବକ ଯୁବକଙ୍କ ଆତ୍ମହତ୍ୟା 

ମଠ ମହନ୍ତଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଜବତ

www.newindianexpress.com

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କନ୍ଧବାହାଲ ଗାଁର ହୃଦାନନ୍ଦ ବାଗ(୩୬ବର୍ଷ) ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ କନ୍ଧବାହାଲ ଗାଁର ହୃଦାନନ୍ଦ ବୁଧବାର ସନ୍ଧ୍ୟା ୫ଟା ସମୟରେ ତାଙ୍କ ନିଜ ଜମିରେ ଥିବା ଆମ୍ବଗଛରେ ପ୍ଲାଷ୍ଟିକ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ସନ୍ଧ୍ୟାରୁ ଖୋଜାଖୋଜି କରୁଥିଲେ। ରାତି ପ୍ରାୟ ୯ଟା ବେଳେ ଉକ୍ତ ଆମ୍ବଗଛରେ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳ‌େରେ ପହଞ୍ଚିଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ହୃଦାନନ୍ଦ କିଛିଦିନ ହେଲା ଟଙ୍କା ପାଇଁ ମାନସିକ ଚାପରେ ଥିଲେ। ମୃତ ହୃଦାନନ୍ଦଙ୍କ ସ୍ତ୍ରୀ ଏବଂ ଗୋଟିଏ ଝିଅ ଥିବା ସୂଚନା ମିଳିଛି। ପୁଲିସ ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe