ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment
ମଠ ମହନ୍ତଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଜବତ

www.newindianexpress.com

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ୍ ବଳଭଦ୍ରପୁର ଗ୍ରାମର କାବୁଲା ସାମନ୍ତରାୟ (୨୩)। କାବୁଲା ଗୋରୁମହିଷାଣୀ ଲୁହାଖଣିରେ ମେସିନ୍‌ ଅପରେଟର୍ ଭାବେ କାର୍ଯ୍ୟ କରୁଥିବାବେଳେ ଖଣି କାର୍ଯ୍ୟାଳୟ ପାର୍ଶ୍ବରେ ଏକ ଭଡ଼ା ଘରେ ରହୁଥିଲେ।

ଆଜି ସକାଳେ ଆଇରନ୍ କଲେଜ ରାସ୍ତା ପାର୍ଶ୍ବରେ ଥିବା ଏକ ଚାଳିଆ ଘରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ। ଥାନା ଆଇଆଇସି ପି.କେ ସ୍ବାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। କାବୁଲାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ଅନ୍ୟପକ୍ଷରେ ପୁଅକୁ ହତ୍ୟା ପରେ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଗୋରୁମହିଷାଣୀ ଥାନାରେ ୯୬/୨୧ ନମ୍ବରରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe