ମାଛ ମାରିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବକ

ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ଝାରସୁଗୁଡା: ପଖୋରୀକୁ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ବଞ୍ଜାରୀ ଗ୍ରାମ ଗୁଜାପଡ଼ାର ମନ୍‌ସୁ ଓରାମ (୩୬) ଗତକାଲି ଅପରାହ୍‌ଣରେ ମାଛ ଧରିବାକୁ ଗୁଜାପଡ଼ା ‌ପଖୋରୀକୁ ଯାଇଥିଲା। ତେବେ ସେ ପଖୋରୀ ଭିତରେ ଥିବା ବେଳେ ବର୍ଷା ହୋଇଥିଲା। ସେ ‌ଭିତରୁ ବାହାରି ନପାରି ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe