ନଡ଼ିଆଗଛରୁ ପଡ଼ି ଯୁବକ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ଦଶରଥପୁର: ମଙ୍ଗଳପୁର ଥାନା ଅଧୀନ କନିକାପଡ଼ା ପଞ୍ଚାୟତ ମଧୁପୁର ଗ୍ରାମର କୁଶାସନ ବେହେରାଙ୍କ ପୁଅ ଦେବେନ୍ଦ୍ର ବେହେରା (୨୫)ଙ୍କର ଗଛରୁ ପଡ଼ି ମୃତ୍ୟୁ ହୋଇଛି। ସେ ଆଜି ଏକ ନଡ଼ିଆ ଗଛରେ ଚଢ଼ି କାଟୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ଦେବେନ୍ଦ୍ର  ଛଚିଣା ପଞ୍ଚାୟତ ଅନ୍ତର୍ଗତ ଆରୁହା ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ କାଟିବାକୁ ଯାଇଥିଲେ। ଅସାବଧାନତାରୁ ଖସିପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe