ନିଖୋଜ ଯୁବକଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଥାପାପଡ଼ା କେନାଲ ନିକଟରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଲିପିଣ୍ଡା ଗ୍ରାମର ଶଙ୍କର ପ୍ରଧାନ (୩୪)। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ଘରୁ ବାହାରିଥିଲେ। ସେଦିନ ସେ ଆଉ ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ। ନିରାଶ ହୋଇ ଶେଷରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳେ ସ୍ଥାନୀୟ ଲୋକେ ମୃତ ଦେହ ପଡ଼ଥିବାର ଦେଖି ସ୍ଥାନୀୟ ପୁଲିସକୁ ସୂଚନା ଦେଇ ଥିଲେ।

ଘଟଣାସ୍ଥଳରେ ଯୁଯୁମୁରା ପୁଲିସ ସାଇଣିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ମୃତକଙ୍କ ପରିବାର ଲୋକେ ଏନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାାଇଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହା ହତ୍ୟା ନା ଆଉ କିଛି ସେନେଇ ଆଲୋଚନା ହେଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କହା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe