କ୍ରିକେଟ୍ ଖେଳିବା ବେଳେ ପିଚ୍ ଉପରେ ଟଳି ପଡ଼ିଲେ ଯୁବକ 

Advertisment
କ୍ରିକେଟ୍ ଖେଳିବା ବେଳେ ପିଚ୍ ଉପରେ ଟଳି ପଡ଼ିଲେ ଯୁବକ 

ବେଗୁନିଆପଡ଼ା/ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ବୁରୁଝରି ଗ୍ରାମରେ ଆଜି କ୍ରିକେଟ୍ ଖେଳୁଥିବା ଜଣେ ଯୁବକଙ୍କ ଅକାଳ ବି‌ୟୋଗ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକଜଣକ ହେଲେ, ନାରାୟଣ ଗୌଡ଼ (୨୮)। ଚିଙ୍ଗୁଡ଼ିଖୋଲ ଗ୍ରାମର ବାସିନ୍ଦା ନାରାୟଣ ଆଜି ଅପରାହ୍‌ଣରେ ବୁରୁଝରି ଗ୍ରାମର ପଡ଼ିଆରେ ସାଙ୍ଗ ମାନଙ୍କ ସହ କ୍ରିକେଟ୍ ଖେଳୁଥିଲେ। ବ୍ୟାଟିଂ କରି ରନ୍ ସଂଗ୍ରହ କରୁଥିବା ସମୟରେ ପିଚ୍ ଉପରେ ଭାରସାମ୍ୟ ହରାଇ ତଳେ କଚାଡ଼ି ପଡ଼ିଯିବା ସହ ବ୍ୟାଟ୍ ହ୍ୟାଣ୍ଡଲ୍ ଛାତିରେ ବାଜିଯାଇଥିଲା। ଯନ୍ତ୍ରଣା ହେବାରୁ ତାଙ୍କୁ ସଂଗେ ସଂଗେ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ନାରାୟଣଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କର ସାଙ୍ଗ ମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। କାନ୍ଦବୋବାଳିରେ ହସ୍ପିଟାଲ୍ ପରିସର ଫାଟି ପଡ଼ିଥିଲା। ନାରାୟଣ ୧୦ ମାସ ତଳେ ବିବାହ କରିଥିବା ବେଳେ ସେ ବାପାମା'ଙ୍କ ଏକ ମାତ୍ର ପୁଅ ଥିଲେ।। ବେଗୁନିଆପଡ଼ା ଫାଣ୍ଡି ପୁଲିସ ଶବକୁ ଜବତ କରିଛି। ଗାଁରେ ଟୁର୍ଣ୍ଣାମେଣ୍ଟ୍ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe